କ୍ରୀଡା

କନ୍ୟା ସନ୍ତାନର ପିତା ହେଲେ ତିୱାତିଆ – Utkal Mail


ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଗୋଟିଏ ଦିନ ପରେ ଗୁଜରାଟ ଟାଇଟାନ୍ସ ଅଲ୍‌ରାଉଣ୍ଡର ରାହୁଲ ତିୱାତିଆ ବାପା ହେବାର ସୌଭାଗ୍ୟ ପାଇଛନ୍ତି। ବୁମ୍‌ରା ଓ ତାଙ୍କ ପତ୍ନୀ ସଂଜନା ଦୁଇ ଦିନ‌ ତଳେ ପୁତ୍ର ଅଙ୍ଗଦକୁ ଜନ୍ମ ଦେଇଥିଲେ। ମଙ୍ଗଳବାର ତିୱାତିଆଙ୍କ ପତ୍ନୀ ରିଦ୍ଧି ପନ୍ନୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ତିୱାତିଆ ନିଜ ଇନ୍‌ଷ୍ଟାଗ୍ରମ ପୃଷ୍ଠାରେ ନବଜାତକ ଝିଅର ଦୁଇ ପାଦର ଫଟୋ ଛାଡ଼ି ଏହି ଖୁସି ଖବର ଦେଇଛନ୍ତି। ଏହାର ଶିରୋନାମାରେ ସେ ଲେଖିଛନ୍ତି ଯେ ‘ଆଜି, ଆମେ ଦୁଇରୁ ତିନି ହେଲୁ। ସେ ଆଜି ଏଠାରେ। ବହୁତ ସୁନ୍ଦର।’ ଏହି ଖୁସି ଖବର ପରେ ତିୱାତିଆଙ୍କୁ ୟୁଝବେନ୍ଦ୍ର ଚହଲ, ଋଷଭ ପନ୍ତ, ଅକ୍ଷର ପଟେଲଙ୍କ ସହ ଏକାଧିକ କ୍ରିକେଟର ଶୁଭେଚ୍ଛା ଜଣାଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button