ନୀତି

ବିବାହିତା ମହିଳାମାନେ ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ ନିଜର ଏହି 5 ଟି ଜିନିଷ, ପୁରା ଘର ହେଇଯାଏ ବର୍ବାଦ- Chanakya Niti

ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ଦେବୀଙ୍କ ସ୍ବରୂପ ମାନାଯାଏ। ତାଙ୍କୁ ଦେବୀଙ୍କ ଭଳି ପୂଜା ଯାଏ। ଘରର ସ୍ତ୍ରୀ ସାକ୍ଷାତ ଦେବୀଙ୍କ ସ୍ବରୂପ ମାନାଯାଏ। ଏମିତି କୁହାଯାଏ ଯେଉଁ ଘରେ ସ୍ତ୍ରୀଙ୍କର ସମ୍ମାନ କରାଯାଏ ନାହିଁ ସେହି ଘରେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ଏମିତି ଘରେ ରହୁଥିବା ପୁରୁଷ ସବୁବେଳେ ଧନର ହାନୀ ସାମ୍ନା କରିଥାନ୍ତି ପଛେ ସେ ମା ହେଇଥାନ୍ତୁ, ଭଉଣୀ ହୋଇଥାନ୍ତୁ କି ଆପଣଙ୍କ ସ୍ତ୍ରୀ ଏମାନଙ୍କୁ କେବେବି ଅପମାନ କରନ୍ତୁ ନାହିଁ। ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ସର୍ବୋତ୍ତମ ଉପାୟ ହେଲା ସ୍ତ୍ରୀ ମାନଙ୍କ ସମ୍ମାନ।

କିନ୍ତୁ ଆମ ଧର୍ମ ଗ୍ରନ୍ଥରେ ସ୍ତ୍ରୀ ଲୋକଙ୍କ ବିଷୟରେ କିଛି ନିୟମ କୁହାଯାଇଛି। କିଛି ସ୍ତ୍ରୀ ଏମିତି ବି ହୋଇଥାନ୍ତି ଯିଏ ନିଜର ଭୁଲ୍ ପାଇଁ ସମ୍ମାନ ହରାଇଥାନ୍ତି। ଯେଉଁ କର୍ମ କରିବା ଦ୍ବାରା ଘରର ବର୍ବାଦି ହୋଇଯାଇ ଥାଏ। ସେଥିପାଇଁ ମହିଳା ମାନଙ୍କର କିଛି କଥାକୁ ଧ୍ୟାନ ରଖିବା ମଧ୍ୟ ନିହାତି ଜରୁରୀ ଅଟେ। ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ଖାଲି ଶୃଙ୍ଗାର ରହିବା କଥା ନୁହେଁ। ସେମାନଙ୍କ ଶରୀରରେ ସୁନାର ଗହଣା ରହିବା ଅତ୍ୟନ୍ତ ଆବଶ୍ୟକ।

ଯେଉଁ ଘରର ମହିଳାଙ୍କ ଦେହରେ ସୁନା କିମ୍ବା ରୂପାର ଗହଣା ପିନ୍ଧେନାହିଁ ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ ସାଥିରେ ବିବାହିତ ମହିଳାମାନଙ୍କ ପାଇଁ ଶାସ୍ତ୍ରରେ କୁହାଯାଇଛି ମହିଳା ମାନଙ୍କର କିଛି ଏମିତି ଜିନିଷ ଅଛି ଯାହା ଭୁଲରେ ମଧ୍ୟ ଅନ୍ୟ କୈାଣସି ସ୍ତ୍ରୀ ସହିତ ସେୟାର କରିବା କଥା ନୁହେଁ। ଜଦି ଆପଣ ଏହି ଜିନିଷକୁ ଅନ୍ୟ ସ୍ତ୍ରୀ ଲୋକଙ୍କୁ ଦେଇଛନ୍ତି ତେବେ ଏହାର ପ୍ରଭାବ ଆପଣଙ୍କ ସାଂସାରିକ ଜୀବନ ଉପରେ ପଡ଼ିପାରେ। ସମସ୍ତ ମହିଳା ମାନଙ୍କର ଗୋଟିଏ ସ୍ବାମୀ ଥାଏ ସେହିପରି ତାଙ୍କ ଶୃଙ୍ଗାର ସହିତ ଯୋଡି ଏହି ଜୀନିଷ ସବୁ ଥାଏ ଯାହା ସେମାନଙ୍କୁ ଭୁଲରେ ବି ଅନ୍ୟ ମହିଳାଙ୍କୁ ଦବା କଥା ନୁହେଁ। ତେବେ ଆସନ୍ତୁ ଜାଣିବା ତାହା କେଉଁ ଜିନିଷ।

୧- ମଙ୍ଗଳସୂତ୍ର : ନିଜର ବ୍ୟବହୃତ ମଙ୍ଗଳସୂତ୍ର ଅନ୍ୟ କୈାଣସି ସ୍ତ୍ରୀଙ୍କୁ ଦବା କଥା ନୁହେଁ, ଏହାର ପ୍ରଭାବ ନିଜ ସ୍ବାମୀ ଉପର ପଡ଼ିଥାଏ।

୨- ସିନ୍ଦୂର : ଏହାକୁ ସବୁବେଳେ ଗାଧୋଇବା ପରେ ଲଗାଇବା ଉଚିତ୍ ହୋଇଥାଏ କିନ୍ତୁ ଜଦି ଆପଣଙ୍କ ସିନ୍ଦୂର ଅନ୍ୟ ସ୍ତ୍ରୀ ବ୍ୟବହାର କରନ୍ତି ତେବେ ଆପଣଙ୍କ ବୈବାହିକ ଜୀବନରେ ଅନେକ ସମସ୍ୟା ଦେଖାଦେଇପାରେ।

୩- କଜଳ : ବିବାହିତ ମହିଳାମାନେ ନିଜ କଜଳ କାହାକୁ ଦବା କଥା ନୁହେଁ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ସ୍ବାମୀର ଭଲ ପାଇବା ଆପଣଙ୍କ ପାଇଁ କମ୍ ହୋଇପାରେ ଏବଂ ବୈଜ୍ଞାନିକ ମତରେ ଆଖିରେ ରୋଗ ସଂକ୍ରମଣ ମଧ୍ୟ ହୋଇପାରେ।

୪- ଚୁଡ଼ି : ବିବାହିତ ମହିଳାମାନେ ନିଜ ଚୁଡିକୁ ଅନ୍ୟ ମହିଳାମାନଙ୍କୁ ଦବା କଥା ନୁହେଁ। ଏହାଦ୍ବାରା ଆପଣଙ୍କର ଭାଗ୍ୟ କମଜୋର ହୋଇଥାଏ।

୫- ଟିକିଲି : ମଥାରେ ଲଗାଇଥିବା ଟିକିଲି କାହାକୁ ଦିଅନ୍ତୁ ନାହିଁ ଏହାଦ୍ୱାରା ଆପଣଙ୍କ ସ୍ବଭାଗ୍ୟ ନଷ୍ଟ ହୁଏ।

୬- ଝୁଣ୍ଟିଆ : ଏହାକୁ ଦବାଦ୍ବାରା ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଦେଇପାରେ।

୭- ବିବାହ ବସ୍ତ୍ର : ଏହାକୁ ଅନ୍ୟ କାହାକୁ ଦବାଦ୍ବାରା ସୁଖ ସମୃଦ୍ଧି ନଷ୍ଟ ହୋଇଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button