ଓଡିଶା

ତ୍ରିପୁରାରୁ ଆସିଲା ଦୁଃଖଦ ଖବର, ମାତୃଭୂମୀ ପାଇଁ ପୁଣି ସହୀଦ ହେଲେ ଆଉ ଜଣେ ଓଡିଆ ଯବାନ – Utkal Mail



କଳାହାଣ୍ଡି: ତ୍ରିପୁରାରୁ ଆସିଲା ଦୁଃଖଦ ଖବର । ପାଇଁ ପୁଣି ସହୀଦ ହେଲେ ଆଉ ଜଣେ ଓଡିଆ ଯବାନ । ଆସାମ ତ୍ରିପୁରାରେ କାର୍ଯ୍ୟରତ ଅବସ୍ଥାରେ ଜଣେ ଓଡିଆ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସହିଦ ଯାବନ ଜଣଙ୍କ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁର ନିବାସୀ ଈଶ୍ୱର ଚନ୍ଦ୍ର ଦୋରା । ସେ ୨୦୦୯ ମସିହାରେ ବିଏସଏଫରେ ଯୋଗ ଦେଇଥିଲେ । ସେ ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା BSFରେ କାର୍ଯ୍ୟରତ ଥିଲେ । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ସେନେଇ କୌଣସି ସୂଚନା ମିଳିପାରିନାହିଁ ।

ସୂଚନା ଅନୁସାରେ, ବିଏସଏଫ ଯବାନ ଈଶ୍ୱର ଚନ୍ଦ୍ର ଦୋରା ବର୍ତ୍ତମାନ ରାଜସ୍ଥାନରେ ନିଯୁକ୍ତ ଥିବାବେଳେ କୌଣସି କାରଣ ବସତଃ ତ୍ରିପୁରାକୁ ଯାଇଥିଲେ । ରାତିରେ ଡ୍ୟୁଟିରେ ଯାଇଥିବା ବେଳେ ସକାଳୁ ସକାଳୁ ତାଙ୍କର ମରଶରୀର ଉଦ୍ଧାର ହୋଇଥିଲା । କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ସେନେଇ କୌଣସି ସୂଚନା ମିଳିନଥିବା ବେଳେ କୌଣସି ଦୁର୍ଘଟଣା କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ପରିବାର‌ ଲୋକଙ୍କୁ ଅବଗତ କରାଯାଇଥିଲା । ଖବର ପାଇବା ପରେ ଏବେ ଈଶ୍ଵରଙ୍କ ପରିବାର ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଅକ୍ଟୋବର ମାସ ୨୨ ତାରିଖରେ ରାଜସ୍ଥାନରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିଲେ । ରାଜସ୍ଥାନ ସୀମାରେ ବିହାର ରେଜିମେଣ୍ଟରେ କାର୍ଯ୍ୟ କରୁଥିବା ଓଡ଼ିଆ ଯବାନ ସଚିଦାନନ୍ଦ ପ୍ରଧାନ ସହିଦ ହୋଇଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button