ଓଡିଶା

ସୀମାନ୍ତରେ ନକ୍ସଲଙ୍କ ସୁଡ଼ଙ୍ଗ ଠାବ: ତିଆରି ହେଉଥିଲା ବନ୍ଧୁକ ଓ ବୋମା

ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ କଳା କାରନାମାର ଫର୍ଦ୍ଦ ଖୋଲିବାରେ ଲାଗିଛି। ସୀମାନ୍ତ ଛତିଶଗଡ଼ର ତୁମରେଲ ଏବଂ ତେଲପେରୁ ନଦୀ ମଧ୍ୟରେ ବନ୍ଧୁକ ଏବଂ ବୋମା ତିଆରି ପାଇଁ ନକ୍ସଲ କରିଥିବା ସୁଡ଼ଙ୍ଗକୁ ଠାବ କରିଛନ୍ତି ସୁରକ୍ଷା କର୍ମୀ। ଅସ୍ତ୍ରଶସ୍ତ୍ର ପାଇଁ ବାହାର ଦେଶ ତଥା ମାଫିଆଙ୍କ ଉପରୁ ନିର୍ଭରଶୀଳତା କମାଇବା ପାଇଁ ନିୟମିତ ଏଠାରେ କାମ ଚାଲିଥିଲା। ବୋମା ତିଆରି ପାଇଁ ରହିଥିବା ବିପୁଳ ପରିମାଣର କଞ୍ଚମାଲ ଦେଖି ତାଜୁବ ହୋଇଥିଲେ ଯବାନ। ସଂଗଠନର ହିଂସାରେ ବଡ଼ ଭୂମିକା ‌ନିଭାଉଥିବା ଏହି ସୁଡ଼ଙ୍ଗ ଠାବ ନିଶ୍ଚିତ ରୂପେ ନକ୍ସଲଙ୍କୁ ଦୁର୍ବଳ କରିବ ବୋଲି କୁହାଯାଉଛି। ବିସ୍ଫୋରଣରେ ଡିଆର୍‌ଜି ଯବାନଙ୍କ ଗାଡ଼ି ଉଡ଼ାଇବା ପରେ ସୁରକ୍ଷାକର୍ମୀ ଦିନରାତି ନକ୍ସଲଙ୍କ ସନ୍ଧାନ କରୁଛନ୍ତି। ଦୁଇ ଦିନ ତଳେ ବିଜାପୁର, ସୁକମା ଏବଂ ତେଲେଙ୍ଗାନା ସୀମାରେ ବଡ଼ ଅପରେସନ୍‌ ହୋଇଥିଲା। ୫ ମହିଳା ନକ୍ସଲଙ୍କ ସମେତ ମୋଟ ୧୨ଜଣ ନିହତ ହୋଇଥିଲେ। ଏହାପରେ ସୁରକ୍ଷାକର୍ମୀ ବିଜାପୁର  ସୀମାରେ ଯାଞ୍ଚ ପରିସର ବଢ଼ାଇବାରୁ ନକ୍ସଲଙ୍କ ଏହି ସୁଡ଼ଙ୍ଗ ମିଳିଛି। ହତିଆରି ସହ ନିଜେ ଭୂମିଗତ ହେବାକୁ ଏହି ସୁଡ଼ଙ୍ଗ ବ୍ୟବହାର ହେଉଥିଲା ବୋଲି ଜଣାପଡ଼ିଛି।

ମାଟି ତଳେ ଅତ୍ୟାଧୁନିକ କୌଶଳ ବ୍ୟବହାର କରି ନକ୍ସଲ ବୋମା ଓ ବନ୍ଧୁକ ତିଆରି କରୁଥିଲେ ବୋଲି ମିଳିଥିବା ସାମଗ୍ରୀରୁ ସ୍ପଷ୍ଟ ହୋଇଛି। ବୋମା ପାଇଁ ବିପୁଳ ପରିମାଣରେ ଖାଲି କାଚ ବୋତଲ ରହିଥିଲା। ବନ୍ଧୁକ ତିଆରିରେ ବ୍ୟବହାର ମେସିନ୍‌ ମଧ୍ୟ ମିଳିଛି। ବିଦ୍ୟୁତ୍‌ ତାର ସହ ବୋତଲ ବୋମା ମଧ୍ୟ ଠାବ ହୋଇଛି। ଏଥିପାଇଁ ଆଗକୁ ନକ୍ସଲଙ୍କୁ ହତିଆର ମିଳିବାରେ ସମସ୍ୟା ହୋଇପାରେ। ଯବାନ ଏବେ ଆବୁଝମାଡ଼ ଜଙ୍ଗଲକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button