କ୍ରୀଡା

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିରାଟ ଶତକ ନକରିପାରିବାରୁ ଅନୁଷ୍କା ଦେଲେ ଏଭଳି ପ୍ରତିକ୍ରିୟା – Utkal Mail


ଧର୍ମଶାଳା: ଲୋମଟାଙ୍କୁରା ମୁକାବିଲା ଏବଂ ଉତ୍କଣ୍ଠାପୂର୍ଣ୍ଣ ପରିସ୍ଥିତିରେ ଭାରତୀୟ ଦଳ ଚଳିତ ବିଶ୍ବକପ୍‌ରେ ପଞ୍ଚମ ବିଜୟ ହାସଲ କରିସାରିଛି। ସେମିଫାଇନାଲ୍ ପ୍ରବେଶ ପାଇଁ ଗୋଟିଏ ପାଦ ବଢ଼ାଇଛି ଭାରତ। ରବିବାର ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମୁକାବିଲାରେ ଭାରତ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨୦୧୯ ସେମିଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଥିଲା। ଏଥିସହିତ ଭାରତ ମଧ୍ୟ ଦୀର୍ଘ ୨୦ ବ‌ର୍ଷ ପରେ ନ୍ୟୁଜିଳାଣ୍ଡ୍‌ ବିପକ୍ଷରେ ଏକ ବିଶ୍ବକପ୍‌ ମ୍ୟାଚ୍‌ ଜିତି ପରାଜୟ ଧାରାକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲା ଭାରତ। ପ୍ରତ୍ୟାବର୍ତ୍ତନରେ ମହମ୍ମଦ ସାମିଙ୍କ ୫ ୱିକେଟ୍ ସଫଳତା ପରେ ବିରାଟ କୋହଲିଙ୍କ ଲଢ଼ୁଆ ୯୫ ରନ୍‌ ଭାରତର ବିଜୟକୁ ସୁଗମ କରିଥିଲା। ହେଲେ ବିରାଟ ଶତକ କରିପାରିନଥିବାରୁ ତାଙ୍କ ପ୍ରଶଂସକ ନିରାଶ ହୋଇଥିଲେ।

ପ୍ରଶଂସକ ନିରାଶ ହୋଇଥିବା ବେଳେ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଦେଇଥିବା ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି। ବିରାଟ ବ୍ୟାଟିଂ କରୁଥିବାର ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି, ସବୁବେଳେ ତୁମକୁ ନେଇ ଗର୍ବିତ। ଅନୁଷ୍କାଙ୍କ ବ୍ୟତୀତ ଅଭିନେତା ବିକି କୌଶଲ ମଧ୍ୟ ବିରାଟଙ୍କ ଫଟୋ ସେୟାର କରି ତାଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇଥିବା ଦେଖିବାକୁ ମିଳିଛି।




Related Articles

Leave a Reply

Your email address will not be published. Required fields are marked *

Back to top button