ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ: ଯୁବ କଂଗ୍ରେସ ପକ୍ଷରୁ ‘ଯୁବ ଅସନ୍ତୋଷ ସମାବେଶ’

ଭୁବନେଶ୍ୱର: ୮ ଦଫା ଦାବିରେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ‘ଯୁବ ଅସନ୍ତୋଷ ସମାବେଶ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଉଦୟଭାନୁ ଚିବ୍ ଯୋଗ ଦେଇ କହିଥିଲେ ଯେ ୧୧ ବର୍ଷର ମୋଦୀ ସରକାର ଏ ରାଷ୍ଟ୍ରର ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି। ବେରୋଜଗାରୀ ଓ ନିଶାଖୋର ମୋଦୀ ସରକାରଙ୍କର ଦୁଇଟି ପ୍ରମୁଖ ଯୋଜନା ବୋଲି କହିଥିଲେ। ଯୁବ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ‘ନିଶା ନୁହେଁ, ଚାକିରି ଦିଅ’ ଅଭିଯାନକୁ ପଞ୍ଚାୟତ ସ୍ତରକୁ ନେବା ପାଇଁ ଶ୍ରୀ ଚିବ୍ ଉପସ୍ଥିତ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ସଭାରେ ଏକ କଣ୍ଢେଇ ପ୍ରଦର୍ଶନ କରି ମୋହନ ସରକାରକୁ କାଠପୁତୁଲି ସରକାର ଭାବେ ସେ ଦର୍ଶାଇଥିଲେ। ଯୁବ କଂଗ୍ରେସର ଦାବିକୁ ସରକାର ତୁରନ୍ତ ସମାଧାନ କରିବା ପାଇଁ ଉଦ୍ୟମ କରନ୍ତୁ, ନଚେତ ଆନ୍ଦୋଳନ ଚାଲୁ ରହିବ। ବିଶେଷକରି ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଉତ୍କଟ ଦରଦାମ୍‌ ବୋଝ, ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବାକୁ ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହି ସମାବେଶରେ ଅଖିଳ ଭାରତ ଯୁବ କଂଗ୍ରେସ ସମ୍ପାଦକ ଅଜିତ ସିଂ ଓ ଅଭିନବ
ଭଗତ ସାମିଲ ହୋଇଥିଲେ।

ପ୍ରତିବାଦ ସଭା ପରେ ଏକ ଶୋଭାଯାତ୍ରା ଅପର ପିଏମ୍‌ଜିଠାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ପାଇଁ ଯାଇଥିଲା। ଯୁବ କଂଗ୍ରେସ କର୍ମୀମାନେ ପୁଲିସ ବ୍ୟାରିକେଡ୍‌ ଭାଙ୍ଗି ଦେଇଥିଲେ। ପ୍ରାୟ ଏକଘଣ୍ଟା ଧରି ସେଠାରେ ପୁଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ପୁଲିସ୍‌ ଭ୍ୟାନ ଯୋଗେ କର୍ମୀମାନଙ୍କୁ ଉଠାଇ ନେଇଥିଲା।

ରଣଜିତ ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ତାରାପ୍ରସାଦ ବାହିନୀପତି, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ନବଜ୍ୟୋତି ପଟ୍ଟନାୟକ, ୟାସିର ନୱାଜ, ଉଦିତ ପ୍ରଧାନ, ସନ୍ତୋଷ ଜେନା, ମନୋଜ ଜେନା, ମନୋଜ ବିଶ୍ୱାଳ, ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ସୁଦୀପ ସାମଲ, ନିହାର ବେହେରା, ଅଜୟ ସାହୁ, କୃଷ୍ଣ ମହାନ୍ତି, ରାଜୀବ ପଟ୍ଟନାୟକ, କିରଣ ସାହୁ, ସତ୍ୟଜିତ ପଟ୍ଟନାୟକ, ଅଭିଳାଷ ମାଣିଆ, ମହମ୍ମଦ ଗୁଲଫାମ୍‌, ପ୍ରଭାସ କର ମହାପାତ୍ର, ସ୍ୱାଗତ କର, କେଦାର ଦଳେଇ, ଅଭିଜିତ, ମହମ୍ମଦ ପରଭେଜ, ରଞ୍ଜନ ଦାସ, ଆଲୋକ ଦାସ, ସନେଶ ଧୀର, ବଟକୃଷ୍ଣ ରାଉତରାୟ, କମଳ ତାଣ୍ଡି, ବୀରେନ୍ଦ୍ର ବାଗ, ସୁବ୍ରତ ବେହେରା, ବିରଞ୍ଚି ବାରିକ, ସୁରଜ ରାଉତ, ବଳରାମ ନନ୍ଦ, କାର୍ତ୍ତିକ କାଣ୍ଡି, ଶୁଭମ ଦାସ ପ୍ରମୁଖଙ୍କ ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଯୁବ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button