ମାଲଷ୍ମୀ ଘରକୁ ଆସିବାର ( ୭ଟି ସଙ୍କେତ ) ଭଲ ସମୟ ଆସିବା ପୂର୍ବରୁ ମିଳେ, ଜଣାନ୍ତୁ କେଉଁ ସବୁ ସଂକେତ ଗୁଡିକ
ହଁ ବନ୍ଧୁଗଣ ତେବେ ଆମେ ଜାଣିଛୁ କି ନାରୀ ଙ୍କୁ ଲକ୍ଷ୍ମୀ ଙ୍କର ରୂପ ବୋଲି କୁହା ଯାଇଥାଏ | ଆଉ ମହାଲକ୍ଷ୍ମୀ ଅନ୍ନଦାତା ଅଟନ୍ତି ଆଉ ନାରୀ ଙ୍କୁ ମଧ୍ୟ ଅର୍ଣ୍ଣପୂର୍ଣ୍ଣା ବୋଲି କୁହାଯାଏ | ଆଉ ଯେଉଁ ନାରୀ ଙ୍କର ଉପରେ ମାତା ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ନ ଥାଏ , ତାଙ୍କର କେବେବି ଉନ୍ନତି ହୋଇ ନ ଥାଏ , ଆଉ ସବୁବେଳେ ସବୁ କ୍ଷେତ୍ରରେ ତାଙ୍କର ଅଭାବ ହିଁ ଅଭାବ ଦେଖା ଯାଇଥାଏ | ତେବେ ନାରୀ ମାନେ ହେଉଛନ୍ତି ଲକ୍ଷ୍ମୀ ଆଉ ତାଙ୍କର ସବୁ କାମ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇଥାଏ | ଯାହା ଯୋଗୁଁ ମାତା ଲକ୍ଷ୍ମୀ ଙ୍କର କେବେବି କ୍ରୋଧ ର ଶିକାର ସେମାନେ ହେବେନେ | ତେବେ ଆସନ୍ତୁ ଜାଣିବା କଣ କରିବା ଦ୍ଵାରା ମହାଲକ୍ଷ୍ମୀ ଙ୍କ ପାଖରେ କେଉଁ ଭୁଲ କରିବା ଯୋଗୁଁ ଆମ ଘରର ଉନ୍ନତି ହୁଏନି, ଆଉ କଣ କରିବା ଯୋଗୁଁ ଉନ୍ନତି ହୋଇଥାଏ |
1- ତେବେ ଯଦି ଆମେ ଅମାବାସ୍ୟା ଦିନ ରାତିରେ ପେଚା କୁ ଦେଖିଥାଉ, ବିଲେଇ କୁ କ୍ଷୀର ପିଇବା ର ଦେଖିବାକୁ ପାଇଥାଉ, ତାହା ବ୍ୟତୀତ ମୂଷା କୁ ଦେଖିବାକୁ ପାଉ ତାହେଲେ ଏହା ଗୃହ କୁ ମା ଲକ୍ଷ୍ମୀ ଙ୍କର ଆଗମନ କୁ ସୂଚାଉଥାଏ |
2 – ଦ୍ଵିତୀୟ ରେ ମହାଲକ୍ଷ୍ମୀ ଙ୍କର ନିୟମ ଅନୁସାରେ ଶନିବାର ଆଉ ଗୁରୁବାର ଘରର କୌଣସି ବି ଜିନିଷ କୁ ଲୋକଙ୍କୁ ବିକ୍ରି କରନ୍ତୁ ନାହିଁ | ଏମିତି କରିବା ଦ୍ୱାରା ଲକ୍ଷ୍ମୀ କୋପ କରିଥାନ୍ତି |
3-ତେବେ ଆପଣଙ୍କର ଘରେ ଯଦି ସବୁବେଳେ ଅଭାବ ଲାଗିକି ରହିଥାଏ, ତାହେଲେ ଆପଣ ଗୋଟିଏ କାମ କରିବେ ଗୋଟିଏ ପିତ୍ତଳ ର ପାତ୍ର କୁ ନିଅନ୍ତୁ, ଆଉ ସେଥିରେ ଖୁଚୁରା ପଇସା ଭର୍ତ୍ତି କରିଦିଅନ୍ତୁ | ଆଉ ତାହାକୁ ଘରର ପଶ୍ଚିମ ପାଖରେ ରଖିକି ମୁଣ୍ଡିଆ ମାରନ୍ତୁ | ଏଭଳି କରିଲେ ଶୁଭଫଳ ମିଳିଥାଏ |
4-ତାହା ବ୍ୟତୀତ ଘର ସାମ୍ନାରେ ପଥର ଜମା କରନ୍ତୁ ନାହିଁ କି କଣ୍ଟା ଗଛ ଲଗାନ୍ତୁ ନାହିଁ | ମଙ୍ଗଳବାର ଦିନ ଘରୁ କୌଣସି ପୁରୁଣା ଜିନିଷ କୁ ବିକନ୍ତୁ ନାହିଁ | ଯାହା ଯୋଗୁଁ ମହାଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି |
5-ଏହା ବ୍ୟତୀତ ଯଦି ଆପଣ ଘରୁ ବାହାରିବା ବେଳେ ଧଳା ପେଚା ଦେଖନ୍ତି ତାହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ | ତାହା ବ୍ୟତୀତ ଯଦି ଘରର ଆଗରେ ନେଉଳ ବା ଧଳା ପାରା ର ଚିତ୍ର କୁ ଦେଖନ୍ତି ତାହା ଶୁଭ ବୋଲି ମାନିଥାଉ |
6-ତେବେ ଏହା ବ୍ୟତୀତ ଘରର ଦକ୍ଷିଣ ଦିଗରେ ତୁଳସୀ ଗଛ ଲଗାନ୍ତୁ ଓ ଅଗ୍ନି କୋଣରେ ଘର କରନ୍ତୁ ନାହିଁ, ରୋଷେଇ ଘରେ କେବେବି ଛାଡୁ ରଖନ୍ତୁ ନାହିଁ |
7-ତେବେ ଘରେ ଯଦି କଳା ରଙ୍ଗର ପିମ୍ପୁଡି ଗୋଲ ହେଇକି ବୁଲୁଥିବାର ଦେଖାଯାଏ ତାହେଲେ ତାହା ଶୁଭ ସଂକେତ ଦେଇଥାଏ ବୋଲି କୁହାଯାଏ |
ତେବେ ଏହି ସବୁ ନିୟମକୁ ମାନିଲେ ଆମେ ମହାଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରି ପାରିବା |