ଜୀବନଶୈଳୀ

ଦୀପାବଳି ପୂର୍ବରୁ ଆପଣ ଦେଖୁଛନ୍ତି କି ଏମିତି ସ୍ୱପ୍ନ? ତେବେ ବର୍ଷସାରା ହେବ ଧନ ଲାଭ

ଆଲୋକର ପର୍ବ ଦୀପାବଳି ପାଇଁ ଆଉ ବାକି ଅଛି କିଛି ଦିନ। ଏହି ପର୍ବ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ। ଏହି ଦିନ ମାଁ ଲକ୍ଷ୍ମୀ ନିଜ ଭକ୍ତଙ୍କ ଘରକୁ ଆସିଥାନ୍ତି ଏବଂ ଘରକୁ ଧନ-ଧ୍ୟାନ୍ୟରେ ଭରି ଦେଇଥାନ୍ତି। କୁହାଯାଇଥାଏ ଭଗବାନଙ୍କ କୃପା ରହିବା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାର ଶୁଭ ସଂକେତ ମିଳିଥାଏ, ଯାହା ଶୁଭ ସଂକେତ ହୋଇଥାଏ। ଏସବୁ ମଧ୍ୟରେ ଦୀପାବଳିରେ ଦେଖାଯିବା ଭଳି କିଛି ସ୍ୱପ୍ନ ରହିଛି, ଯାହା ଅତ୍ୟନ୍ତ ଶୁଭ ହୋଇଥାଏ।

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି ଦୀପାବଳିରେ ରାତିରେ ଶୋଇବା ସମୟରେ ସ୍ୱସ୍ତିକ ଚିହ୍ନ ଦେଖାଯାଇଥାଏ ତେବେ ଏହି ସ୍ୱପ୍ନ ଅତ୍ୟନ୍ତ ଶୁଭ ହୋଇଥାଏ। ସ୍ୱପ୍ନରେ ସ୍ୱସ୍ତିକ ଚିହ୍ନ ଦେଖିବା ଦ୍ୱାରା ଘରେ ଶୁଭତା ଆସିଥାଏ, ଯାହାଦ୍ୱାରା ଆପଣଙ୍କ ପରିବାରରେ ଖୁସି ଏବଂ ସମୃଦ୍ଧି ଆଣିବାର ସଂକେତ ମିଳିଥାଏ।

Diwaliସେହିଭଳି ଯଦି ଏହି ଦିନ ଆପଣ ସ୍ୱପ୍ନରେ ଗହମ ଏବଂ ଧାନର ଫସଲ ଦେଖିଥାନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କର କେବେ ବି ଧନର ଅଭାବ ରହିବ ନାହିଁ। ଏହି ସ୍ୱପ୍ନର ଅର୍ଥ ହେଉଛି ଆଗାମୀ ସମୟରେ ଆପଣଙ୍କୁ ବହୁତ ଜଲଦି ଧନ ପ୍ରାପ୍ତି ହେବ। ଏହାବ୍ୟତୀତ ଅଟକି ରହିଥିବା ଟଙ୍କା ମଧ୍ୟ ମିଳିଯାଇଥାଏ।

ଯଦି ଆପଣ ସ୍ୱପ୍ନରେ ପଦ୍ମଫୁଲ ହାତରେ ଦେଖିଥାନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ଟଙ୍କାର ଲାଭ ମିଳିପାରେ। ପଦ୍ମ ଫୁଲ ଦେଖିବାର ଅର୍ଥ ହେଉଛି ମାଁ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଥାଏ। ଏହି ସ୍ୱପ୍ନ ବ୍ୟବସାୟୀ ଏବଂ ଚାକିରିଆଙ୍କ ପାଇଁ ବହୁତ ଭଲ ହୋଇଥାଏ।

diwali1ଏହାବ୍ୟତୀତ ସ୍ୱପ୍ନରେ ଗୋଲାପ ଫୁଲ ଦେଖିବା ମଧ୍ୟ ଶୁଭ ହୋଇଥାଏ। ଏହି ସ୍ୱପ୍ନର ଅର୍ଥ ହେଉଛି ବହୁତ ଜଲଦି ଆପଣଙ୍କ ଇଛା ପୂରଣ ହୋଇପାରେ। ସେହିଭଳି ଯଦି ଆପଣ ସ୍ୱପ୍ନରେ ଗାଈ କ୍ଷୀର ଦୁହୁଁଥିବାର ଦେଖିଥାନ୍ତି ତେବେ ଏହି ସ୍ୱପ୍ନ ମଧ୍ୟ ବହୁତ ଭଲ ହୋଇଥାଏ। ଏଥିସହ ଘରେ ଧନର ବର୍ଷା ହେବ ବୋଲି ବୁଝିନିଅନ୍ତୁ। ସ୍ୱପ୍ନରେ ଗାଈ ଦେଖିବାର ଅର୍ଥ ହେଉଛି ଆପଣଙ୍କ ସୁଖ-ସମୃଦ୍ଧି ଏବଂ ଧନରେ ବୃଦ୍ଧି ହୋବର ସଂକେତ ଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button