ଜୀବନଶୈଳୀ

ତୁଳସୀ ଗଛ ଭଳି ଚମତ୍କାରୀ ହୋଇଥାଏ ଏହି ଗଛ । ରାତାରାତି କରିଥାଏ କୋଟିପତି

ଶମୀ ଗଛ ତୁଳସୀ ଗଛ ଭଳି ଅତ୍ୟନ୍ତ ପବିତ୍ର ଏବଂ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହାକୁ ଘରେ ଲଗାଇବା ମଧ୍ୟ ଭଲ ବୋଲି କୁହାଯାଏ । ଶମୀ ଗଛ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଗଛ ହୋଇଥାଏ । ମହାଦେବଙ୍କୁ ଜଳ ଅର୍ପିତ କରିବା ସମୟରେ ଜଳରେ ଶମୀ ପତ୍ର କିମ୍ବା ଫୁଲ ମିଶାଇ ଅର୍ପିତ କଲେ ମହାଦେବ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଘରେ ଶମୀ ଗଛ ଲଗାଇଲେ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ଏବଂ ସୁଖ ଶାନ୍ତି ବଜାୟ ରହିଥାଏ । ଏମିତିରେ ଶାସ୍ତ୍ର ଅନୁଯାୟୀ ମାନ୍ୟତା ରହିଛି ଯେ ଶମୀ ଗଛ ଘରେ ଲଗାଇଲେ ଘରୁ ଦାରିଦ୍ର୍ୟତା ଦୂର ହେବା ସହିତ ବିବାହ ସମସ୍ୟା ଏବଂ ଶନିଙ୍କ ସାଢ଼େ ସାତି ସମସ୍ୟା ଦୂର ହୋଇଥାଏ ।

ଏହାବ୍ୟତୀତ ଶମୀ ଗଛ ଲଗାଇବା ପାଇଁ ଶନିବାର ଦିନ ସର୍ବୋତ୍ତମ ଅଟେ । ଏହାକୁ ଛାତ ଉପରେ ଦକ୍ଷିଣ କିମ୍ବା ପୂର୍ବ ଦିଗରେ ନଚେତ ଘର ବାହାରେ କିମ୍ବା ଘରର ମୁଖ୍ୟଦ୍ୱାରରେ ଲଗାଇ ଦିଅନ୍ତୁ । ଯେପରି ଏହା ଘରୁ ବାହାରିବା ସମୟରେ ଆପଣଙ୍କଟ ଡାହାଣ ପାର୍ଶ୍ଵରେ ରହିବ । ଶମୀ ଗଛକୁ ତୁଳସୀ ଗଛ ଭଳି ପ୍ରତ୍ୟେକ ଦିନ ଧୂପ ଦୀପ ଦେଖାଇ ପୂଜା କଲେ ଘରେ ସମୃଦ୍ଧି ଆସିଥାଏ । ଜୀବନରେ ଶନି ଦେବଙ୍କ ଖରାପ ପ୍ରଭାବ ପଡ଼ିଲେ ଦାରିଦ୍ର୍ୟତା ଆସିବା ସହିତ ଜୀବନ ନଷ୍ଟ ହୋଇଯାଏ । ତେଣୁ ଶନି ଦୋଷ ଥିଲେ ଘର ଆଖପାଖରେ କୌଣସି ଶମୀ ଗଛ ଥିଲେ ତାହାର ପତ୍ରକୁ ଶନିଦେବଙ୍କୁ ଅର୍ପିତ କରନ୍ତୁ ।

ଏହାଦ୍ବାରା ଶନି ଦୋଷ ଦୂର ହୋଇଥାଏ । ପ୍ରତ୍ୟେକ ଶନିବାର ଏହି ଉପାୟ କରନ୍ତୁ । ଘରର ଉତ୍ତର ପୂର୍ବ ଦିଗରେ ଶମୀ ଗଛ ଲଗାନ୍ତୁ । ଶ୍ରୀଗଣେଶଙ୍କୁ ଶମୀ ପତ୍ର ଅର୍ପିତ କଲେ ଘରେ ଉନ୍ନତି ହୋଇଥାଏ । କାରଣ ଶମୀ ପତ୍ରରେ ମହାଦେବଙ୍କ ବାସ ହୋଇଥାଏ । ତେଣୁ ଆପଣ ଅତିକମରେ ପ୍ରତ୍ୟେକ ବୁଧବାର ଶମୀ ପତ୍ରକୁ ଶ୍ରୀଗଣେଶଙ୍କୁ ଅର୍ପିତ କରନ୍ତୁ । ଏହାଦ୍ବାରା ଘରୁ ଅଶାନ୍ତି ଦୂର ହୋଇଥାଏ । ଏକ ଲୋଟା ଜଳରେ ଶମୀ ପତ୍ର ମିଶାଇ ଶିବଲିଙ୍ଗରେ ଅର୍ପିତ କଲେ ଜାତକର ସବୁ ଗ୍ରହ ଦୋଷ ଦୂର ହୋଇଯିବ । ଘରେ ସମସ୍ୟା ଥିଲେ କୌଣସି ଶନିବାର ଏକ ଶମୀ ଗଛ ଆଣି ଘରେ ଲଗାଇ ଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ସକାଳୁ ଉଠି ସ୍ନାନ କରି ଗଛର ମୂଳରେ ଏକ ସୁପାରି ଏବଂ ଗୋଟିଏ ମୁଦ୍ରା ପୋତି ନିଜର ମନସ୍କାମନା କହି ଦିଅନ୍ତୁ ।

ଏହାପରେ ଏକ ଲୋଟା ଗଙ୍ଗା ଜଳ ଅର୍ପିତ କରି ଦିଅନ୍ତୁ । ଏହି କାମ ପ୍ରତ୍ୟେକ ଦିନ କରିବା ସହିତ ସନ୍ଧ୍ୟା ସମୟରେ ଦୀପ ମଧ୍ୟ ଜଳାନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ଘରେ କେହି ରୋଗଗ୍ରସ୍ତ ହୋଇଥିଲେ ଶନିବାର ଦିନ ଶମୀ ବୃକ୍ଷ ଥିବା ଗାଉଁଲାରେ ଏକ ଛୋଟ ଶିବଲିଙ୍ଗ ତିଆରି କରି ନିୟମିତ ଦୁଇ ଚାରି ବୁନ୍ଦା କ୍ଷୀର ଅର୍ପିତ କରନ୍ତୁ । ଏହାସହିତ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ । ଜାତକରେ ଦୋଷ ଥିଲେ ଏକ ଶମୀ ଗଛ ଘରେ ନିଶ୍ଚୟ ଲଗାନ୍ତୁ ଏବଂ ଏକ ନାଲି ମୌଲି ସୂତା ଶମୀ ଗଛରେ ଲଗାଇ ଦିଅନ୍ତୁ । ରାତି ସାରା ସେମିତି ରହିବାକୁ ଦିଅନ୍ତୁ ଏବଂ ଆଗାମୀ ଦିନ ତାହାକୁ ଆଣି ଏକ ରୁପାର ତାବିଜରେ ପୁରାଇ ଘରେ ରଖି ଦିଅନ୍ତୁ । ଏହାଦ୍ବାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button