ଓଡିଶା

ଟ୍ରକ୍‌ ଧକ୍କାରେ ବାଇକ୍‌ରେ ଥିବା ବାପପୁଅଙ୍କ ଚାଲିଗଲା ଜୀବନ

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ନିକଟସ୍ଥ ସାନବରବେଡ଼ା ପାଖରେ ଗତକାଲି ସନ୍ଧ୍ୟାରେ ପୁଣି ଏକ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଟ୍ରକ୍‌ ଧକ୍କାରେ ବାଇକ୍‌ରେ ଥିବା ବାପପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଆହାରଦାର ଦିଲ୍ଲୀପ ଭଟ୍ଟାଚାର୍ଯ୍ୟ ଓ ତାଙ୍କ ପୁଅ ପ୍ରୀତମ ଭଟ୍ଟାଚାର୍ଯ୍ୟ। ଉଭୟ ଏକ ବାଇକ୍‌ରେ କେନ୍ଦୁଝରରୁ ନିଜ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ନିକଟସ୍ଥ ସାନବରବେଡ଼ା ପାଖରେ ଗତକାଲି ସନ୍ଧ୍ୟାରେ ପୁଣି ଏକ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଟ୍ରକ୍‌ ଧକ୍କାରେ ବାଇକ୍‌ରେ ଥିବା ବାପପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ଆହାରଦାର ଦିଲ୍ଲୀପ ଭଟ୍ଟାଚାର୍ଯ୍ୟ ଓ ତାଙ୍କ ପୁଅ ପ୍ରୀତମ ଭଟ୍ଟାଚାର୍ଯ୍ୟ।ଟୋଲ୍‌ପ୍ଲାଜା ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଦୁଇଟି ମୃତଦେହ ଉଦ୍ଧାର କରି ଘଟଗାଁ ଡାକ୍ତରଖାନା ନେଇଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ପଛରେ ଏକ କାର୍‌ ଧକ୍କା ହେବାରୁ ସେଥିରେ ଥିବା ଦୁଇଜଣ ଆହତ ହୋଇଛନ୍ତି।
ଟୋଲ୍‌ପ୍ଲାଜା ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଦୁଇଟି ମୃତଦେହ ଉଦ୍ଧାର କରି ଘଟଗାଁ ଡାକ୍ତରଖାନା ନେଇଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ପଛରେ ଏକ କାର୍‌ ଧକ୍କା ହେବାରୁ ସେଥିରେ ଥିବା ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button