ଓଡିଶା

ବାହାନଗା ଟ୍ରେନ୍ ଦୁର୍ଘଟଣା: ତିନି ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ/ଭୁବନେଶ୍ୱର : ବାଲେଶ୍ଵର ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଶୁକ୍ରବାର ତିନିଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି।

ରିପୋର୍ଟ ଅନୁଯାୟୀ ଗିରଫ ତିନି କର୍ମଚାରୀ ହେଲେ ସିନିୟର ସେକ୍ସନ୍ ଇଞ୍ଜିନିୟରି ଅରୁଣ କୁମାର, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଏବଂ ଟେକ୍ନିସିଆନ ପପୁ କୁମାର।

ଗିରଫ ତିନି କର୍ମଚାରୀଙ୍କ ବିରୋଧରେ ସିଆରପିସି ଧାରା ୩୦୪ ଏବଂ ୨୦୧ ଅନୁଯାୟୀ ମାମଲା ରୁଜୁ କରିଛି ସିବିଆଇ ।

ତେବେ ଦକ୍ଷିଣ ପୂର୍ବ ରେଳର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର ଚୌଧୁରୀ କହିଛନ୍ତି, ଏନେଇ ଏପର୍ଯ୍ୟନ୍ତ ରେଳବାଇର ପାଖରେ କୌଣସି ସୂଚନା ନାହିଁ।

ଜୁନ୍ ୨ ରାତିରେ ବାଲେଶ୍ଵର ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୯୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଓ ୧୦୦୦ ଲୋକ ଆହତ ହୋଇଥିଲେ।

ତିନୋଟି ଟ୍ରେନ୍ ଶାଲିମାର ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ବେଙ୍ଗାଲୁରୁ ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଏବଂ ଏକ ମାଲବାହୀ ଟ୍ରେନ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button