ବିଚାର

ଆପଣଙ୍କ ଫୋନରୁ ଶୀଘ୍ର ବ୍ୟାଟେରୀ ସରିଯାଉଛି କି? ଯଦି ହଁ ତେବେ ଏହି ସେଟିଂ ବଦଳାନ୍ତୁ, ଘଣ୍ଟା ଘଣ୍ଟା ଚାଲିବ ବ୍ୟାଟେରୀ

ବନ୍ଧୁଗଣ ଫୋନକୁ ସବୁବେଳେ ବ୍ୟବହାର କରିବା ଦ୍ବାରା ବ୍ୟାଟେରୀ ଜଲଦି ଶେଷ ହୋଇ ଯାଇଥାଏ ଏବଂ ବ୍ୟାଟେରୀ ମଧ୍ୟ ଖରାପ ହୋଇଥାଏ । ଆଜିକାଲି ଦୁନିଆରେ ଲୋକମାନେ ସ୍ମାର୍ଟଫୋନ ବିନା ଗୋଟେ ମିନିଟ ମଧ୍ୟ ରହିପାରୁ ନାହାନ୍ତି । ଆମ ମାନଙ୍କର ଜୀବନ ଶୈଳୀରେ ମୋବାଇଲର ଭୂମିକା ଏତେ ଗୁରୁତ୍ବପୂର୍ଣ୍ଣ ହୋଇଗଲାଣି ଯେ, ଆମେ ବିନା କାହାର ମେସେଜରେ ମଧ୍ୟ ମୋବାଇଲକୁ ଧରି ଚେକ କରିଥାଉ ।

ଏହି ସବୁ କାରଣରୁ ବ୍ୟାଟେରୀ ଶୀଘ୍ର ଡେଡ଼୍ ହୋଇ ଯାଇଥାଏ। ଫୋନରେ ସବୁ ସମୟରେ ଲାଗି ରହିଲେ ବ୍ୟାଟେରୀ ଲୋ ହେବା ସହିତ ବ୍ୟାଟେରୀ ଡ୍ରେନ ହୋଇଥାଏ । ଏମିତିରେ ଦିନରାତି ଫୋନ ବ୍ୟବହାର କଲେ ବ୍ୟାଟେରୀ ଶେଷ ହୋଇଯିବା ଏକ ସ୍ୱାଭାବିକ କଥା । ଏବେ ଆସନ୍ତୁ ଜାଣିବା କେମିତି ବଢ଼ାଇ ପାରିବେ ବ୍ୟାଟେରୀ ଲାଇଫ ।

୧. ଆପଣ ଯଦି ସ୍ମାର୍ଟ ଫୋନ୍‌କୁ ଭାଇବ୍ରେସନ ମୋଡରେ ରଖୁଛନ୍ତି, ତେବେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ରିଙ୍ଗଟୋନ ମୋଡ ତୁଳନାରେ ଭାଇବ୍ରେସନ ମୋଡରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ ।

 

୨. ରଂଗ ବେରଙ୍ଗ ଓ୍ଵାଲପେପର ରଖିବା ଦ୍ୱାରା ମଧ୍ୟ ବ୍ୟାଟେରୀ ଅଧିକ ଖର୍ଚ୍ଚ ହୋଇଥାଏ । ଯଦି ଫୋନରେ ୩ଡି ବା ଲାଇଭ ଓ୍ଵାଲପେପର ଲଗାଉଛନ୍ତି,ତେବେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ତେଣୁ କଳା ଧଳା ଓ୍ଵାଲପେପର ରଖନ୍ତୁ ।

୩. ଇମେଲ, ଟ୍ଵିଟର, ହ୍ଵାଟ୍ସଆପ୍‌ ଆଦି ଅଟୋ ସିଙ୍କ ସପୋର୍ଟ କରୁଛି, ତେଣୁ ଲାଟେଷ୍ଟ ଅପଡେଟ ବ୍ୟାକ୍‌ ଗ୍ରାଉଣ୍ଡରେ ଚାଲିଥାଏ । ଫଳରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ତେଣୁ ସେଟିଂରେ ଏହାକୁ ପରିବର୍ତ୍ତନ କରନ୍ତୁ ।

୪. ଆବଶ୍ୟକ ନଥିଲେ ଓ୍ଵାଇଫାଇ, ବ୍ଲୁଟୁଥ, ମୋବାଇଲ ଡାଟା ଅନ କରି ରଖନ୍ତୁ ନାହିଁ । ଏହା ବ୍ୟାଟେରୀ ଶୀଘ୍ର ନଷ୍ଟ କରିଥାଏ ।

୫. ଯେଉଁ ମୋବାଇଲ ଆପ୍‌ ବ୍ୟବହାର କରିସାରିଛନ୍ତି ତା’ର ଆବଶ୍ୟକ ନାହିଁ, ତେବେ ଏହାକୁ ହଟାଇ ଦିଅନ୍ତୁ । ଅଯଥାରେ କୌଣସି ଏପ୍ଲିକେସନକୁ ଲୋକେସନ ଆକ୍ସିସ ଦିଅନ୍ତୁ ନାହିଁ ।

୬. ମୋବାଇଲ ଫୋନର ବ୍ରାଇଟନେସକୁ ଅଟୋ ମୋଡରେ ରଖନ୍ତୁ । ଏହାଦ୍ୱାରା ବ୍ୟାଟେରୀ ଖର୍ଚ୍ଚ ଅଧିକ ହେବ ନାହିଁ ।

୭. ଶେଷରେ କହି ରଖିବୁ ଯେ ମୋବାଇଲ ଫୋନକୁ ବାରମ୍ବାର ମଧ୍ୟ ଚାର୍ଜ କରିବା ଦ୍ୱାରା ବ୍ୟାଟେରୀ ଖରାପ ହୋଇଥାଏ । ସେତେବେଳେ ଚାର୍ଜ କରନ୍ତୁ ଯେବେ ବ୍ୟାଟେରୀ ଅତି କମ ହୋଇଯାଏ । ୫୦ କିମ୍ବା ୬୦ % ଥିଲେ ମଧ୍ୟ ବେଳେ ବେଳେ ଆମେ ଚାର୍ଜ ଲଗାଇ ରଖିଥାଉ । ଏମିତି କରନ୍ତୁ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button