କ୍ରାଇମ

‘ନ୍ୟୁଜ୍‌କ୍ଲିକ୍’ ମୁଖ୍ୟଙ୍କ ଆବେଦନ ଉପରେ ଦିଲ୍ଲୀ ପୁଲିସକୁ ଜବାବ ମାଗିଲେ ହାଇକୋର୍ଟ – Utkal Mail


ନୂଆଦିଲ୍ଲୀ: ନ୍ୟୁଜ୍‌କ୍ଲିକ୍ ମୁଖ୍ୟ ପ୍ରବୀର ପୁରକାୟସ୍ଥ ଏବଂ ଏହାର ଏଚ୍‌ଆର୍‌ ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ମନଲିଣ୍ଡରିଂ ତଥା ଆତଙ୍କବାଦନିରୋଧୀ ୟୁଏପିଏ ଆଇନ ବଳରେ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ମଙ୍ଗଳବାର ଗିରଫ କରିଛି। ତେବେ ଏହି ଗିରଫଦାରି ବିରୋଧରେ ପୁରକାୟସ୍ଥଙ୍କ ଓକିଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ନିଜର ଜବାବ ରଖିବା ପାଇଁ ଦିଲ୍ଲୀ ପୁଲିସକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୯ରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ପୁରକାୟସ୍ଥ ଭାରତ ବିରୋଧରେ ଓ ଚୀନ୍ ସପକ୍ଷରେ ଖବର ପ୍ରସାରଣ ପାଇଁ ଚୀନ୍‌ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button