ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ, ଅଜୟ କୁମାର ଲଲ୍ଲୁଙ୍କୁ ଦାୟିତ୍ବ ଦେଲା ଦଳ

ଭୁବନେଶ୍ୱର : ଓଡ଼ିଶା କଂଗ୍ରେସ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କଲା କଂଗ୍ରେସ । ଉତ୍ତରପ୍ରଦେଶର କଂଗ୍ରେସ ନେତା ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶାର ପ୍ରଭାରୀ ଭାବେ ଗୁରୁ ଦାୟିତ୍ବ ଦେଇଛି ଦଳ । ଏଆଇସିସି ସାଧାରଣ ସଂପାଦକ କେ.ସି ଗେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।
ସେହିପରି କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ କଂଗ୍ରେସର ବଡ଼ ଦାୟିତ୍ବ । ସପ୍ତଗିରି ଉଲାକାଙ୍କୁ ୪ ରାଜ୍ୟ ପ୍ରଭାରୀ ଦାୟିତ୍ବ ମିଳିଛି । ମଣିପୁର, ତ୍ରିପୁରା, ସିକ୍କିମ ଓ ନାଗାଲାଣ୍ଡ ପ୍ରଭାରୀ ଦାୟିତ୍ବ ଦିଆଯାଇଛି । AICC ପକ୍ଷରୁ ପ୍ରେସ ରିଲିଜ୍ ଜାରି ହୋଇଛି । ଏହାପୂର୍ବରୁ ଶ୍ରୀ ଉଲ୍ଲାକା ଝାଡ଼ଖଣ୍ଡର କଂଗ୍ରେସ ପ୍ରଭାରୀ ରହିଥିଲେ।
ସୂଚନାଥାଉ ଯେ, ୨ ଦିନ ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରେ ନୂଆ ସଭାପତି ଭାବେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ଦିଆଯାଇଥିଲା । ପିସିସିର ନୂଆ ସଭାପତି ହେଲା ପରେ ଭକ୍ତ ଦାସ କହିଥିଲେ, ରାଜ୍ୟରେ କଂଗ୍ରେସର ସ୍ଥିତିକୁ ସୁଦୃଢ କରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରାଯାଉଛି । ଏଥି ପାଇଁ ସେ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କୁ ଭେଟିବେ ବୋଲି ମଧ୍ୟ କହିଥିଲେ ଏଥିସହ ଯେଉଁ ମାନେ କଂଗ୍ରେସ ଦଳ ଛାଡି ଚାଲିଯାଇଛନ୍ତି ସେମାନଙ୍କୁ ଦଳକୁ ଫେରି ଆସିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।