କ୍ରାଇମ

ଏସ୍‌ଏଚ୍‌ଜି ସଦସ୍ୟାଙ୍କଠାରୁ ୨ ଲକ୍ଷ ଲୁଟ୍‌ ଘଟଣା: ଆସ୍କାରୁ ଜଣେ ଗିରଫ, ୫୦ ହଜାର ଟଙ୍କା ଜବତ – Utkal Mail


ବଲାଙ୍ଗୀର: ଗତ ମାସ ୨୭ ତାରିଖ ଦିନ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା‌ କରିଥିବା ଫଟକରା ଗ୍ରାମର ଏକ ମହିଳା ସ୍ବୟଂ ସହାୟକ ଦଳର ମହିଳାଙ୍କଠାରୁ ୨ ଜଣ ଯୁବକ ବାଇକ୍‌ରେ ଆସି ଟଙ୍କା ଥିବା ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇ ଯାଇଥିଲେ। ଏହି ଘଟଣାରେ ଟାଉନ ଥାନା ପୁଲିସ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପାକଲାପଲ୍ଲୀ ଗାଁର ଆଉଲା ରଞ୍ଜିତ ରାଓ (୩୮ବର୍ଷ) ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତା’ ପାଖରୁ ୫୦ ହଜାର ଟଙ୍କା ଓ ବାଇକ୍‌ (ଓଡି ୦୨ ଏଇ ୩୪୬୦) ଜବତ କରିଛି। ଏହି ଘଟଣାରେ ସାମିଲ ଥିବା ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ଥିବା ପୁଲିସ ସୂଚନା ଦେଇଛି।

ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଚିକଲବାହାଲ ପଞ୍ଚାୟତ ଫଟକରା ଗାଁର ରାଧେଶ୍ୟାମ ଏସଏଚ୍‌ଜି ମହିଳାମାନେ ବଲାଙ୍ଗୀର ଇଣ୍ଡିଆନ୍‌ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇଥିଲେ। ବସ୍‌ଷ୍ଟାଣ୍ଡରେ ଦୁଇଜଣ ଦୁର୍ବୃତ୍ତ ହଠାତ୍‌ ବାଇକରେ ଆସି ମହିଳାମାନଙ୍କୁ ଠେଲିଦେଇ ତାଙ୍କ ହାତରେ ଥିବା ଟଙ୍କାବ୍ୟାଗ ଝାମ୍ପି ନେଇ ଫେରାର ମାରିଥିଲେ। ଉକ୍ତ ବ୍ୟାଗରେ ୨ ଲକ୍ଷ ଟଙ୍କା, ମନିପର୍ସ, ପାସ୍‌ବୁକ, ରେଜିଷ୍ଟର ଓ ସିଲ୍‌ ଷ୍ଟାମ୍ପ ଥିଲା। ଏସ୍‌ଏଜି ଗ୍ରୁପ୍‌ର ସଦସ୍ୟା କୁନ୍ତି ସାହୁ ଏନେଇ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦେଇଥିଲେ।

ଏତଲାକୁ ଆଧାର କରି ଟାଉନ ଥାନା ପୁଲିସ କେସ୍‌ ନଂ ୫୦୯ ରୁଜୁ କରିବା ସହ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତନାଘନା ଆରମ୍ଭ କରିଥିଲା। ଟାଉନର ବିଭିନ୍ନ ସ୍ଥାନରେ ଥିବା ସିସିଟିଭି କ୍ୟାମେରାଗୁଡ଼ିକର ଫୁଟେଜ ଆଧାରରେ ଦୁର୍ବୃତ୍ତମାନଙ୍କ ଗାଡ଼ି ନମ୍ବର ଚିହ୍ନଟ କରିଥିଲା।  ଏହାକୁ ଟ୍ରାକ୍‌ କରିବା ପରେ ପୁଲିସ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ପାକଲାପଲ୍ଲୀରୁ ଆଉଲା ରଞ୍ଜିତକୁ ଗିରଫ କରିଥିଲା। ଅନ୍ୟପଟେ ଜବତ ୫୦ ହଜାର ଟଙ୍କାକୁ ପୁଲିସ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଦେଇଛି। ଏଥିରେ ସଂପୃକ୍ତ ଅନ୍ୟ ୩ ଜଣଙ୍କ  ପରିଚୟ ମିଳି ସାରିଥିବା ବେଳେ ଖୁବ୍‌ଶୀଘ୍ର ଏମାନେ ଗିରଫ ହେବେ ବୋଲି ଏସ୍‌ଡିପିଓ ତୋଫାନ ବାଗ ଓ ଆଇଆଇସି ବିଶ୍ବଜିତ ମନବୋଧ ସୂଚନା ଦେଇଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button