କ୍ରାଇମ
ଶ୍ରୀ ମନ୍ଦିର ଉପରେ ଉଡିଲା ବେଆଇନ ଡ୍ରୋନ

ପୁରୀ : ଶ୍ରୀ ମନ୍ଦିର ଉପରେ ଉଡିଲା ବେଆଇନ ଡ୍ରୋନ। ଆଜି ସ୍ନାନ ପୁର୍ଣିମା ଅବସରରେ ଶ୍ରୀ କ୍ଷେତ୍ରରେ ଲାଗିଛି ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ସ୍ନାନ ମଣ୍ଡପ ନିକଟରେ ବେଆଇନ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି ।
ଡ୍ରୋନ ଟି କିଏ ଏବଂ କେଉଁଠାରୁ ଡ୍ରୋନ ଉଡାଉଛି ତାହା ସ୍ପଷ୍ଟ ହୋଇନାହିଁ । କଡା ସୁରକ୍ଷା ବଳୟ କୁ ଭେଦ କରି ବେଆଇନ ଡ୍ରୋନ କିଭଳି ଉଠିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।