ଦେଶ ବିଦେଶ

ଏଠାକାର ମହିଳା 80 ବର୍ଷରେ ମଧ୍ୟ ଯୁବତୀଙ୍କ ଭଳି ଦିଶନ୍ତି, ଏମାନଙ୍କୁ କେବେବି ହୁଏନି ରୋଗ, ଏମାନେ ହେଲେ ପୃଥିବୀର ସବୁଠୁ ସୁନ୍ଦରୀ ମହିଳା

ଏଠାକାର ଲୋକଙ୍କ ଆୟୁଷ ଖୁବ ଅଧିକ ହୋଇଥିବା ବେଳେ ଏମାନେ ଶୀଘ୍ର ବୃଦ୍ଧ ହୁଅନ୍ତି ନାହିଁ । ସମସ୍ତେ ଚିରଦିନ ଯୁବା ଓ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି, ହେଲେ ଏଥିପାଇଁ ଯେ କେତେ ପରିଶ୍ରମ କରିବାକୁ ପଡେ ତାହା କେହି ଚାହାଁନ୍ତି । ବୟସ ବଢିବା ସହ ଶରୀରର ସୌନ୍ଦର୍ଜ୍ୟ କମିଯାଏ । ହେଲେ ପୃଥିବୀର ଏକ ସ୍ଥାନ ଅଛି ଯେଉଁଠି 80 ବର୍ଷ ବୟସରେ ମଧ୍ୟ ମହିଳାମାନେ ଯୁବତୀ ଭଳି ଦେଖାଯାନ୍ତି । ଏହି ମହିଳାଙ୍କ ଶାରୀରିକ କ୍ଷମତା ଏତେ ଭଲ ଯେ ଏମାନେ 65 ବର୍ଷ ବୟସରେ ମଧ୍ୟ ମା’ ହୋଇପାରନ୍ତି ।

ତେବେ ଏହା କେଉଁ ସ୍ଥାନ ଏବଂ ଏଠାକାର ଲୋକଙ୍କ ଖାଦ୍ଯ ଓ ଜୀବନଶୈଳୀ କିଭଳି ଚାଲନ୍ତୁ ଜାଣିବା । ପାକିସ୍ତାନର ହୁଞ୍ଜା ଉପତ୍ୟକାର ମହିଳାମାନେ ପୃଥିବୀର ସବୁଠୁ ସୁନ୍ଦରୀ ମହିଳା ଭାବେ ପରିଗଣିତ । ପ୍ରସିଦ୍ଧ ଆନ୍ତର୍ଜାତୀୟ ପତ୍ରିକା ଫୋର୍ବ 2019 ରେ ପରିଭ୍ରମଣ କରିବାକୁ ଥିବା କ୍ଲୁଲେସ ସ୍ଥାନ ତାଲିକାରେ ହୁଞ୍ଜା ଉପତ୍ୟକାକୁ ସାମିଲ କରିଥିଲା । ଏଠାକାର ଲୋକଙ୍କ ହାରାହାରି ବୟସ 100 ବର୍ଷରୁ ଅଧିକ ଏବଂ ଏମାନେ କ୍ଵଚିତ ଅସୁସ୍ଥ ହୁଅନ୍ତି ।

1984 ରେ ଯେତେବେଳେ ହୁଞ୍ଜାରେ ରହୁଥିବା ବୃଦ୍ଧାଙ୍କୁ ବ୍ରିଟେନ ଭିସା ପାଇଁ ମନା କରି ଦେଇଥିଲା ସେତେବେଳେ ହୁଞ୍ଜା ଉପତ୍ୟକା କଥା ସାମ୍ନାକୁ ଆସିଥିଲା । କାରଣ ସେ 1832 ମସିହାରେ ଜନ୍ମ ହୋଇଥିଲେ । ଅନେକ ବିଦେଶୀ ଲେଖକ ଉହୁଞ୍ଜା ଉପତ୍ୟକାରେ ରହୁଥିବା ଲୋକଙ୍କ ସୁସ୍ଥ ଜୀବନ ଉପରେ ଅନେକ ପୁସ୍ତକ ଲେଖିଛନ୍ତି ।

ବୈଜ୍ଞାନିକ ତଥା ଲେଖକ ଡକ୍ଟର ଇଷ୍ଟୋକ ହୋସ୍ତାନ ହୁଞ୍ଜା ଉପତ୍ୟକାର ଜଳ ଉପରେ ଗବେଷଣା କରି କହିଥିଲେ ଯେ ତରଳୁଥିବା ଗ୍ଲେସିୟରରୁ ଆସୁଥିବା ପାଣିରେ ଅନେକ ଖଣିଜ ପଦାର୍ଥ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଛି । ସେଥିପାଇଁ ସେଠାକାର ଲୋକମାନେ ସୁସ୍ଥ ରୁହନ୍ତି । ହୁଞ୍ଜା ଉପତ୍ୟକାର ଲୋକଙ୍କ ଜୀବନଶୈଳୀ ବହୁତ ସରଳ । ସେମାନେ ସକାଳ 5ଟାରେ ଉଠିବା ସହ ଖୁବ ପରିଶ୍ରମ କରନ୍ତି । ତେଣୁ ସେଠାକାର ମହିଳାମାନେ ବୃଦ୍ଧା ହେଲେ ମଧ୍ୟ ସେମାନଙ୍କ ଚେହେରା ଯୁବତୀଙ୍କ ଭଳି ସତେଜ ଦେଖାଯାଏ ।

ସେଠାକାର ପୁରୁଷମାନେ 80 ବର୍ଷ ବୟସରେ ମଧ୍ୟ ପିତା ହୋଇପାରନ୍ତି । ହୁଞ୍ଜା ଉପତ୍ୟକାକୁ ବ୍ଲୁ ଜୋନ୍ ବୋଲି ମଧ୍ୟ କୁହାଯାଏ । ଏଠାକାର ଲୋକମାନେ ଅପରାହ୍ନରେ ଏବଂ ରାତିରେ ମାତ୍ର ଦୁଇଥର ଭୋଜନ କରନ୍ତି । ଏଠାରେ କୃଷିରେ ରାସାୟନିକ ସାର ବ୍ୟବହାରକୁ ନେଇ ମଧ୍ୟ ନିଷେଧାଦେଶ ରହିଛି ।

ହୁଞ୍ଜା ଉପତ୍ୟକାର ଲୋକମାନେ ବିଶେଷ ଭାବେ ଡ୍ରାଇ ଫୃଟ୍ସରୁ ପ୍ରସ୍ତୁତ ଖାଦ୍ଯ ଏବଂ ପାନୀୟ ପିଇଥାନ୍ତି । ସେମାନେ ଖାଦ୍ଯରେ ବାର୍ଲି, ମିଲେଟ ଏବଂ ଗହମର ବ୍ୟବହାର କରନ୍ତି ଏବଂ ପ୍ରଚୁର ଆପ୍ରିକଟ ମଧ୍ୟ ଖାଆନ୍ତି । କେବଳ ସ୍ଵତନ୍ତ୍ର ଉତ୍ସବରେ ହିଁ ସେଠାରେ ଆମିଷ ରନ୍ଧାଯାଏ । କୁହାଯାଏ କି ହୁଞ୍ଜା ଉପତ୍ୟକାର ଲୋକମାନେ କର୍କଟ ଭଳି ରୋଗ ନାଁ ମଧ୍ୟ ଶୁଣି ନାହାନ୍ତି । ଏମାନେ ଖରାରେ ଶୁଖା ଯାଇଥିବା ବାଦାମ ଖାଆନ୍ତି ଯେଉଁଥିରେ ଭିଟାମିନ-B7 ରହିଥାଏ ।

ଯାହାକି ଶରୀର ଭିତରେ ଥିବା କର୍କଟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କୁହାଯାଏ କି ହୁଞ୍ଜା ଉପତ୍ୟକାର ସୌନ୍ଦର୍ଜ୍ୟ ଏବଂ ସୁସ୍ଥ ଜଳବାୟୁ ଦ୍ଵାରା ଗ୍ରୀସ ରାଜା ଆଲେକଜାଣ୍ଡାର ମଧ୍ୟ ଏହି ସ୍ଥାନ ପ୍ରତି ଆକର୍ଷିତ ହୋଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button