ଓଡିଶା

ଆଠଗଡ଼ ବନଖଣ୍ଡରେ ଆଉ ଏକ ହାତୀର ମୃତ୍ୟୁ, କରେଣ୍ଟ ଲାଗି ଗଲା ଦନ୍ତାର ଜୀବନ

ଆଠଗଡ଼: କରେଣ୍ଟ ଲାଗି ଗଲା ଦନ୍ତା ଜୀବନ। ପୁଣି ଆଠଗଡ଼ ବନଖଣ୍ଡରେ ଏକ ହାତୀର ମୃତ୍ୟୁ ହୋଇଛି ।  ଆଠଗଡ଼ ରେଞ୍ଜ କୁଲାଇଲୋ କ୍ରସର ପଡ଼ିଆରେ ହାତୀଟି ମରି ପଡିଥିବା ଦେଖିବାକୁ ମିଳିଥିଲା । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀଟି ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଥିବା ବେଳେ ତା ଶୁଣ୍ଢରେ ବିଦ୍ୟୁତ୍ ତାର ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳିଛି ।

କ୍ରସର ପଡ଼ିଆ ଉପରେ ଦେଇ ଯାଇଛି ୩୩ କେଭିର ବିଦ୍ୟୁତ ତାର । ମାତ୍ର ଦଶଫୁଟ୍ ଉଚ୍ଚତାରେ ତାରଟି ଯାଇଥିବା ଦେଖିବାକୁ ମିଳିଛି । ବିଦ୍ୟୁତ୍  ବିଭାଗର ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖବରପାଇ  ଆଠଗଡ଼ ବନ ବିଭାଗ ଅଧିକାରୀ ଓ  କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button