ଦେଶ ବିଦେଶ

ଲରେନ୍ସ ପାଇଁ ପରିବାରର ବାର୍ଷିକ ଖର୍ଚ୍ଚ ୪୦ ଲକ୍ଷ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା ଉଦ୍ୟମ, ଆମେରିକାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ରହସ୍ୟମୟ ହତ୍ୟା, ସିଦ୍ଧୁ ମୁସେୱାଲା ହତ୍ୟା, ଏନ୍ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଆଦି ମାମଲାରେ ଚର୍ଚ୍ଚିତ ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ପରିବାର ମୁହଁ ଖୋଲିଛନ୍ତି। ଲରେନ୍ସର ଭାଇ କହିଛନ୍ତି ସେମାନେ ଲରେନ୍ସ ନିମନ୍ତେ ବାର୍ଷିକ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।

ପଞ୍ଜାବର ଫିରୋଜପୁରରେ ଜନ୍ମିତ ଲରେନ୍ସର ପ୍ରକୃତ ନାମ ବାଲକରନ ବ୍ରାର୍।

ସ୍କୁଲରେ ପଢ଼ିବା ସମୟରେ ତାଙ୍କ ସମ୍ପର୍କୀୟ ମାଉସୀଙ୍କ ପରାମର୍ଶରେ ତାକୁ ଲରେନ୍ସ ବିଷ୍ଣୋଇ ଭାବେ ନାମିତ କରାଯାଇଥିଲା। ଲରେନ୍ସ ପଞ୍ଜାବ ବିଶ୍ବବିଦ୍ୟାଳୟରୁ ଆଇନରେ ସ୍ନାତକ ଶେଷ କରିଛି। କେବଳ ଏହାନୁହେଁ ତାଙ୍କର ପରିବାର ମଧ୍ୟ ସ୍ବାଭାବିକ ଭାବେ ଧନୀ ଅଟନ୍ତି। ଲରେନ୍ସର ଭାଇ ରମେଶ (୫୦) କହିଛନ୍ତି, ଲରେନ୍ସ ଏକ ଗ୍ୟାଙ୍ଗ୍ଷ୍ଟର ହେବ ବୋଲି ସେମାନେ ବିଶ୍ବାସ କରିପାରିନଥିଲେ। ତାଙ୍କ ପରିବାର ଏକ ସ୍ବଚ୍ଛଳ ପରିବାର ଅଟେ। ପରିବାରର ୧୧୦ ଏକର ଜମି ରହିଛି। ଛୋଟ ବେଳୁ ଲରେନ୍ସ ଦାମୀ ବ୍ରାଣ୍ଡ୍ର ପୋଷାକ ଓ ଜୋତା ପିନ୍ଧିବାକୁ ଭଲ ପାଉଥିଲା। ବର୍ତ୍ତମାନ ମଧ୍ୟ ଜେଲ୍ରେ ଥିବା ଲରେନ୍ସ ନିମନ୍ତେ ବାର୍ଷିକ ୩୫ରୁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ବୋଲି ରମେଶ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button