ସ୍ୱାସ୍ଥ୍ୟ

ସ୍ବାସ୍ଥ୍ୟପାଇଁ ଖୁବ୍ ଲାଭକାରୀ ଥଣ୍ଡା ପାଣିରେ ଗାଧୋଇବା

ଓୌଷଧ ଭଳି କାମ କରିଥାଏ କୋଲ୍ଡ ସାୱାର

କୋଲ୍ଡ ସାୱାର ବା (ଥଣ୍ଡା ପାଣୀ)  ସ୍ବାସ୍ଥ୍ୟ ଲାଭ ପାଇଁ ବହୁତ ଉପକାରୀ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ କୋଲ୍ଡ ସାୱାର ବା ଥଣ୍ଡା ପାଣୀ ବ୍ଯବହାର କରିବା ଦ୍ବାରା ଶରୀରକୁ ଆରାମ ମିଳିଥାଏ। ମସ୍ତିଷ୍କ ଭଲ ରହିଥାଏ ଏବଂ ରକ୍ତ ସଞ୍ଚାଳନକୁ ଠିକ ରଖିଥାଏ। ଏହା ଦ୍ବାରା ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ। ଆସନ୍ତୁ ଜାଣିବା ଆହୁରୀ କଣ କଣ ସବୁ ଫାଇଦା ମିଳିଥାଏ।

ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ

immunity systemକୋଲ୍ଡ ସାୱାର ବା ଥଣ୍ଡା ପାଣୀ ଦ୍ବାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଭଲ ରହିଥାଏ। ଏମିତି ଏଥିପାଇଁ ହୋଇଥାଏ କାରଣ ସାୱାର ଦ୍ବାରା ଶରୀରରେ ମେଟାବଲିଜିମର ସ୍ଥର ବଢ଼ିଥାଏ, ଯାହା ଦ୍ବାରା ଶରୀର ତାପମାନ ବଢ଼ିଯାଇଥାଏ ଏବଂ ଏହି କାରଣରୁ ପ୍ରତିରୋଧକ ଶକ୍ତି ତୀବ୍ର ହୋଇଯାଇଥାଏ।ପ୍ରତିରୋଧକ ଶକ୍ତି ବଢ଼ିବା ଦ୍ବାରା ଶରୀରରେ ଶ୍ବେତ ରକ୍ତ କଣିକାର ମଧ୍ୟ ବଢ଼ିଥାଏ, ଯାହା ବହୁତ ରୋଗରୁ ଲଢ଼ିବାରେ ସାହାଯ୍ୟ କରିଥାଏ,ଯାହା ଦ୍ବାରା ଆପଣ କମ ରୋଗରେ ପଡିଥାନ୍ତି।

 

ଅଧିକ ଅମ୍ଳଜାନ ପାଇଁ କୋଲ୍ଡ ସାୱାର

showerଆପଣ କେବେ ଦେଖିଛନ୍ତି ଶରୀର ଉପରେ ଥଣ୍ଡା ପାଣି ପଡିବା ଦ୍ବାରା ନିଶ୍ବାସ ତିବ୍ର ହେବାରେ ଳାଗିଥାଏ। ଶରୀର ଥଣ୍ଡା ହେବା ଦ୍ବାରା ତାହାକୁ ଗରମ କରିବା ପାଇଁ ଅମ୍ଳଜାନ ଦରକାର ପଡିଥାଏ। ଏହି ପ୍ରକୀୟାରେ ଫୁସଫୁସ କାଯ୍ଯର୍ଯ୍ଯକାରୀ ହୋଇଥାଏ ବଢ଼ିଯାଇଥାଏ। ଏହା ଦ୍ବାରା ଶରୀରକୁ ଅମ୍ଳଜାନ ମିଳିଥାଏ। ଏହା ଆପଣଙ୍କୁ ତେଜିୟାନ ରଖିବାରେ ସାହାଯ୍ୟ କରିଥାଏ।

ଡିପ୍ରେସନକୁ କରିଥାଏ ଦୂର :

କୋଲ୍ଟ ସାୱାର ବା ଥଣ୍ଡା ପାଣୀ କରିବା ଦ୍ବାରା ମସ୍ତିଷ୍କରେ ଫିଲ ଗୁଡ ହର୍ମୋନ ଆଡ୍ରିନାଲରେ ଆରାମ ମିଳିଥାଏ, ଯାହା ଡିପ୍ରେସନକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଏହା ଦ୍ବାରା ଏମିତି ଖୁସି ମିଳିଥାଏ ଯେମିତି ବ୍ୟାୟାମ ପରେ ଲାଗିଥାଏ।

ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରିଥାଏ

showerକୋଲ୍ଡ ସାୱାର ବା ଥଣ୍ଡା ପାଣୀ ନେବା ସମୟରେ ଆପଣଙ୍କ ଶରୀର ଉପରେ ପ୍ରଭାବ ପଡିଥାଏ, ଯାହା ଦ୍ବାରା ଶରୀରର ବିଷାକ୍ତ ଏବଂ ଅନ୍ୟାନ୍ୟ ପଦାର୍ଥ ତ୍ବଚାରୁ ବାହାରି ଯାଇଥାଏ। ଏହାଦ୍ବାରା ସଂକ୍ରମଣର ଭୟ କମ୍ ରହିଥାଏ। ଏହାଛଡା ଶରୀରର ଅନ୍ୟ ଅଙ୍ଗକୁ ଏହି ବିଷାକ୍ତ ତତ୍ତ୍ବରୁ ରକ୍ଷା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button