କ୍ରୀଡା

ୟୁଥ ସ୍ପୋର୍ଟସ ଆଥଲେଟିକ ଓ ଖୋ ଖୋ ଏକାଡେମୀ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ

କେନ୍ଦ୍ରାପଡା,୩୦ା୮ : କେନ୍ଦ୍ରାପଡାର ୟୁଥ ସ୍ପୋର୍ଟସ ଆଥଲେଟିକ ଓ ଖୋ ଖୋ ଏକାଡେମୀ ପକ୍ଷରୁ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏକାଡେମୀର କ୍ରୀଡାବୀତମାନେ ସକାଳ ୭ଟା ସମୟରେ ହାଇସ୍କୁଲ ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମାକରିବା ସହିତ ହକି ତାରକା ଧ୍ୟାନଚାନ୍ଦ ଅମର ରହେ ସ୍ଳୋଗାନ ଦେଇଥିଲେ । ଅପରାହ୍ନରେ ସେହି ଖେଳ ପଡିଆରେ ଏକ ଖୋ ଖୋ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା କେନ୍ଦ୍ରାପଡା ଜିଲ୍ଲା ଆଥଲେଟିକ ଆସୋସିଏସନ ଏବଂ ଆଇ.ଆଇ.ଏଚ.ଏମ.ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଆଇ.ଆଇ.ଏଚ.ଏମ. ଚମ୍ପିୟନ ହୋଇଥିବା ବେଳେ ଜିଲ୍ଲା ଆଥଲେଟିକ ଆସୋସିଏସନ ରନର୍ସଅପ ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ନଗରପାଳ ସରିତା ସାହୁ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ୧୩ନମ୍ବର ୱାର୍ଡର କାଉନସିଲର ସେକ ଅସଲମ ଯୋଗଦେଇ ଉଭୟ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଆଥଲେଟିକ ଆସୋସିଏସନର ମୁଖ୍ୟ କୋଚ ସେକ ସୈାକତ ଖାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜ୍ୟୋତିର୍ମୟ ଦାସ, ମନୋଜ କୁମାର ସାହୁ, ସଶ୍ମୀତା ପଣ୍ଡା, ମହମ୍ମଦ ଅମୀର, ଲିଆକତ ଅଲ୍ଲୀ, ସେକ ମୋଜାଫର ଅଲ୍ଲୀ, ସାନୁ ଭାଇ, ସନ୍ତୋଷ କୁମାର ଘଡେଇ, ଦେବେନ୍ଦ୍ର ସାହୁ, ବଦ୍ରି ନାରାୟଣ ପତି, ସେକ ଜଲାଲ, ସେକ ଆବାସ, ସୁହାନା ପରୱିନ, ସାହାଦତ ଖାନ, ସରୋଜ କୁମାର ଲୁଗୁନ, ଲିପିକା ଲାକ୍ରା, ସୟଦ ଅକମଲ ଅଲ୍ଲୀ, ସିତନ ଅଲ୍ଲୀ ପ୍ରମୁଖ ସହଯୋଗ କରିଥିଲେ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button