କଟକ, ତା୨୩ା୦୮ : ଓଡିଶାର ମୂଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟନାୟକ ରାଜ୍ୟରେ ଯୁବ ନେତୃତ୍ୱକୁ ପ୍ରଧାନ୍ୟ ଦେଇ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ସମଗ୍ର ରାଜ୍ୟରେ ଯୁବ ନେତୃମଣ୍ଡଳୀର ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରିଛନ୍ତି । କାରଣ ଯୁବଶକ୍ତି ହିଁ ସମାଜ ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି । ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସୁପାରିଶ କ୍ରମେ ଦକ୍ଷ ସମ୍ପନ୍ନ ଯୁବ ନେତୃତ୍ୱଧାରୀ ତଥା ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଯୁଗ୍ମ ସମ୍ପାଦକଭାବେ ମନୋନୀତ ହୋଇଛନ୍ତି ବିଭୁ ପ୍ରସାଦ ରାଉତ । ଏହି ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ୱାଳ, ବିଧାୟକ ସୌଭିକ ବିଶ୍ୱାଳ, କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଏବଂ ଦଳୀୟ ସମସ୍ତ ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇବା ସହ ଛାତ୍ର ସଙ୍ଗଠନକୁ କିପରି ମଜଭୁତ କରାଯିବ ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଦଳ ଅଧିକରୁ ଅଧିକ ସଫଳତା ହାସଲ କରିବ ସେ ଦିଗରେ ତାଙ୍କର ପ୍ରଚେଷ୍ଟା ଜାରି ରହିବ ବୋଲି ରାଜ୍ୟ ଛାତ୍ର ବିଜେଡି ଯୁଗ୍ମ ସମ୍ପାଦକ ବିଭୁ ପ୍ରସାଦ ରାଉତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
Related Articles

୧୨ଜଣ ଲୋକ ଅଛନ୍ତି ପରିବାରରେ କିନ୍ତୁ ମିଳିଲା କେବଳ ୧ଭୋଟ, ନିର୍ବାଚନ ସେଣ୍ଟରରେ ହିଁ କାନ୍ଦିବାକୁ ଲାଗିଲେ ପାର୍ଥି
4 weeks ago

‘କଶ୍ମୀର ଫାଇଲ୍ସ’ ସିନେମା ଉପରେ କଂଗ୍ରେସର ବଡ଼ ବୟାନ, କହିଲେ- ପଣ୍ଡିତ ତ ୪୦୦ ହିଁ ମରିଛନ୍ତି, ମୁସଲମାନ ୧୫୦୦୦ ମରି ଯାଇଥିଲେ
4 weeks ago