ମନୋରଞ୍ଜନ

୪ବର୍ଷ ହେଲାଣି କ’ଣ କରୁଥିଲେ ‌ସେ? ତନୁଶ୍ରୀଙ୍କ ଅଭିଯୋଗ ପରେ ରାକ୍ଷୀଙ୍କ ପ୍ରତିକ୍ରିୟା – Utkal Mail


ମୁମ୍ବାଇ: କିଛିବର୍ଷ ତଳେ #ମିଠୁ ଅଭିଯାନକୁ ନେଇ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଚର୍ଚ୍ଚାକୁ ଆସିଥିଲେ। ନିକଟରେ ତନୁଶ୍ରୀ, ବଲିଉଡର ଡ୍ରାମା କୁଇନ ରାକ୍ଷୀଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଥିଲା। ବିଭିନ୍ନ ଅଭିଯୋଗ ସହ ତନୁଶ୍ରୀ, ରାକ୍ଷୀ ସାୱନ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଥିବା କହିଥିଲେ। ତନୁଶ୍ରୀ ଏତଲା ଦେବା ପରେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାକ୍ଷୀ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାକ୍ଷୀ ସାୱନ୍ତ କହିଛନ୍ତି ଯେ, ମୁଁ ତାଙ୍କ ନାମ ନେବାକୁ ଚାହୁଁ ନାହିଁ। କିନ୍ତୁ ସେ ଚାରି ବର୍ଷ ଧରି କ’ଣ କରୁଥିଲେ? ଆଇନ ଅନୁଯାୟୀ, ଘଟଣାର ଗୋଟିଏ ବର୍ଷ ମଧ୍ୟରେ ଆପଣଙ୍କୁ ମାମଲା ଦାୟର କରିବାକୁ ପଡିବ। ମାମଲା ପଞ୍ଜିକରଣ ପାଇଁ ତାଙ୍କୁ କିପରି ଏହି ସୁବିଧା ମିଳୁଛି? ୪ବର୍ଷ ପୂର୍ବରୁ ଘଟିଥିବା ଘଟଣାର ଅଭିଯୋଗ ସେ ଏବେ କେମିତି କରିପାରିବେ।

ତେବେ ତନୁଶ୍ରୀ ମୁମ୍ବାଇର ଓସିୱାରା ପୁଲିସ ଷ୍ଟେସନରେ ରାକ୍ଷୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଅଭିଯୋଗ କରିବା ପରେ ‌ସେ ଗଣମାଧ୍ୟମକୁ କହିଥିଲେ ଯେ, ‘ମୁଁ ରାକ୍ଷୀ ସାୱନ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ୨୦୧୮ରେ #ମିଠୁ ଅଭିଯାନ ସମୟରେ ସେ ମୋ‌ତେ ବହୁତ ହଇରାଣ କରିଛନ୍ତି। ବର୍ତ୍ତମାନ ପୁଲିସ ଅନେକ ଧାରାରେ ମୋର ଅଭିଯୋଗ ରୁଜୁ କରିଛି।  ଗତ ୫ବର୍ଷର ସମସ୍ତ ବିବୃତ୍ତି ଏବଂ ପ୍ରମାଣ ସଂଗ୍ରହ କରି ରଖିଛି। ସମସ୍ତ ଭିଡିଓ ଆଧାରରେ ପୁଲିସ ଆଗାମୀ ଯାଞ୍ଚ ଆରମ୍ଭ କରି ଦେଇଛି।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button