ଦେଶ ବିଦେଶ

ବଡ଼ ଖୁଲାସା କଲା ଗୁଇନ୍ଦା ବିଭାଗ, ଭାରତ ଆସିବା ପୂର୍ବରୁ ନିଜ ରୂପ ବଦଳାଇଥିଲା ସୀମା ହାଇଦର

ସୀମା ହାଇଦର କୁ ନେଇ ଗୁଇନ୍ଦା ବିଭାଗର ବଡ ଖୁଲାସା ହୋଇଛି । ଭାରତ ଆସିବା ପୂର୍ବରୁ ରୂପ ବଦଳାଇଥିଲା ସୀମା । ଗାଉଁଲି ମହିଳା ଭଳି ଦେଖାଯିବାକୁ ଆଉ ଜଣେ ସୀମା ଙ୍କୁ କରିଥିଲା ସାହାର୍ଜ୍ୟ । ହଁ ଦର୍ଶକ ବନ୍ଧୁ ହିନ୍ଦୁ ଯୁବକ ସଚିନ ଙ୍କ ପ୍ରେମରେ ପଡି ଭାରତ ଆସିଥିବା କହୁଥିବା ପାକିସ୍ତାନୀ ମହିଳା ସୀମା ହାଇଦର ସମ୍ପର୍କରେ ନୀତିଦିନ ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ATS ପକ୍ଷରୁ ସୀମା ଓ ସଚିନ ଙ୍କୁ ପଚାରଉଚରା କରାଯାଉଥିବା ବେଳେ ଗୁଇନ୍ଦା ବିଭାଗ କରିଛି ବଡ ଖୁଲାସା ।

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କୁ ମିଳିଛି ଜରୁରୀ ତଥ୍ୟ । କୌଣସି ଏକ ତୃତୀୟ ଲୋକ ସହାୟତରେ ସୀମା କୁ ଭାରତୀୟ ସୀମା ଭିତରେ ପ୍ରବେଶ କରାଯାଇଛି । ଭାରତୀୟ ଗାଉଁଲି ସ୍ତ୍ରୀ ଲୋକଙ୍କ ଭଳି ଦିଶିବା ପାଇଁ ସୀମା କୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ କରା ଯାଇଥିଲା । ସୀମା ର ପୋଷାକ ଓ ରୂପ ବଦଳାଇବା ପାଇଁ ପେଷାଦାର ମେକପ ଆର୍ଟିଷ୍ଟ ଙ୍କ ସାହାରା ନିଆ ଯାଇଥିଲା ।

ସୁରକ୍ଷା କର୍ମୀ ଙ୍କ ନଜରରୁ ବଞ୍ଚିବା ପାଇଁ ପୁରା ପ୍ରସ୍ତୁତି କରିଥିଲା ସୀମା ହାଇଦର । ନିଜ ପିଲାଙ୍କୁ ମଧ୍ୟ ସେଭଳି ପୋଷାକ ପିନ୍ଧାଇ ଥିଲା ସୀମା । ଭାରତ ନେପାଳ ସୀମାନ୍ତରେ ମାନବ  ଚାଲାଣକାରୀ ରିୟାକେଟ ରେ ସମ୍ପୃକ୍ତ ମହିଳାମାନେ ଯେଉଁ ଭଳି ଉପାୟ ବ୍ୟବହାର କରିଥାନ୍ତି ସେଭଳି ସୀମା ଅରିଛନ୍ତି । ଏହା ଛାଡ ସୀମା ଯେପରି ଭାଷାରେ କଥାବାର୍ତ୍ତା କରୁଛି ନେପାଳ ରେ ରହୁଥିବା ହ୍ୟାଣ୍ଡଲର ମାନେ ଏହି ମହିଳାଙ୍କୁ ଦେଇଥାନ୍ତି ଯେଉଁ ମାନଙ୍କୁ ଭାରତରେ ପ୍ରବେଶ କରି ବିଭିନ୍ନ ବେଆଇନ କାମ କରିବାକୁ ପଠାଯାଇଥାଏ ।

 

ସୂଚନା ଅନୁଯାୟୀ ମେ 13ରେ ହରତା ନେପାଳ ସୀମାନ୍ତ ସୁନଲି ଓ ସୀତାମାଢି ସେକ୍ଟର ରେ ଏବେ ଯାଏଁ କୌଣସି ତୃତୀୟ ଦେଶର ନାଗରିକ ଙ୍କ ଉପସ୍ଥିତି ସମ୍ପର୍କରେ ତଥ୍ୟ ସାମନାକୁ ଆସି ନାହିଁ । କିନ୍ତୁ ସୀମା ଓ ସଚିନ କହିଛନ୍ତି ସେମାନେ ଏହି ବାଟ ଦେଇ ଭାରତକୁ ପ୍ରବେଶ କରିଥିଲେ । ଆଉ ଏହାପରେ ସେହି ସ୍ଥାନର ସିସିଟିଭି ଫୋଟେଜ ଯାଞ୍ଚ କରାଯାଇଛି ।

ଭାରତ ନେପାଳ ସୀମାନ୍ତ ରୋଡରେ ସମସ୍ତ ବସ ରୁଟ ରେ ଏ 13ରେ ଯାଇଥିବା ବସ ଗୁଡିକର ମଧ୍ୟ ସିସିଟିଭି ଫୋଟେଜ ଯାଞ୍ଚ କରାଯାଉଛି । ଏହା ଛଡା IB, କଷ୍ଟମ, ଇମିଗ୍ରେସନ, BSF, ପୋଷ୍ଟ ଡିପାର୍ଟମେଣ୍ଟ, ଉତ୍ତର ପ୍ରଦେଶ ଓ ବିହାର ପୋଲିସଊ ଗଠିତ ସ୍ଵତନ୍ତ୍ର ମଲ୍ଟି ଟ୍ୟାକ୍ସିଇଙ୍ଗ ଏଜେନ୍ସି ମଧ୍ୟ ଏକ ରିପୋର୍ଟ ଦେଇଛି । ଯେଉଁଥିରେ ଦର୍ଶାଯାଇଛି ମେ 13ରେ ଭାରତ ନେପାଳ ସୀମାନ୍ତ ଭିତରେ କୌଣସି ତୃତୀୟ ଦେଶର ଲୋକଙ୍କୁ ଦେଖାଯିବ ନାହିଁ ।

ଆଉ ଏହାପରେ ଭାରତ ନେପାଳ ସୀମାରେ ଥିବା 4ଟି ICPଚେକ ପୋଷ୍ଟ ଯାଞ୍ଚ କରାଯାଉଛି ।  ସୀମା ସଚିନ ଯେଉଁ ରାସ୍ତା ଦେଇ ଭାରତରେ ପ୍ରବେଶ କରିଛନ୍ତି ବୋଲି କହୁଛନ୍ତି ସେସବୁ ସ୍ଥାନରେ ଯାଞ୍ଚ କାରା ଯାଇଥିଲେ ବି ଏ ଯାଏଁ କୌଣସି ତଥ୍ୟ ମିଳି ନାହିଁ । ତେଣୁ ସୀମା ଓ ତାଙ୍କର ପିଲାଙ୍କୁ ଭାରତରେ ପ୍ରବେଶ କରିବାକୁ କିଏ ସାହାର୍ଯ୍ୟ କରିଛି ତାହାକୁ ନେଇ ଯାଞ୍ଚ ଚାଲିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button