ସ୍ୱାସ୍ଥ୍ୟ

ଭାରତରେ ୧୩ ପ୍ରତିଶତ ବଢ଼ିଯାଇଛି କାର୍ଡିଆକ୍ ଆରେଷ୍ଟ ମାମଲା: ଏହି ରୋଗରେ ଅଚାନକ୍ ହେଉଛି ମୃତ୍ୟୁ

ଗତ କିଛି ବର୍ଷ ଧରି ଭାରତରେ ହୃଦ୍ ରୋଗ ବୃଦ୍ଧି ପାଉଛି । ଯେଉଁମାନେ ଫିଟ୍ ଦେଖାଯାଉଛନ୍ତି ସେମାନେ ମଧ୍ୟ ହଠାତ୍ ହୃଦଘାତରେ ମୃତ୍ୟୁ ବରଣ କରୁଛନ୍ତି । କିଛି ମାସ ମଧ୍ୟରେ ଏପରି ଅନେକ ଘଟଣା ଘଟିଛି, ଯେଉଁଠାରେ ଜଣେ ବ୍ୟକ୍ତି ନାଚିବା ସମୟରେ ହଠାତ୍ ଚେତାଶୂନ୍ୟ ହୋଇ ମୃତ୍ୟୁ ବରଣ କରିଥିଲେ । ସେହିଭଳି ଲୋକମାନେ ଜିମ୍ କରିବା କିମ୍ବା ବସିବା ସମୟରେ ମଧ୍ୟ ଜୀବନ ହରାଉଛନ୍ତି ।

ଏପରି ମୃତ୍ୟୁର କାରଣ ହେଉଛି କାର୍ଡିଆକ୍ ଆରେଷ୍ଟ । ଏହି ପରିସ୍ଥିତିରେ ହାର୍ଟ ଅଚାନକ୍ କାମ କରିବା ବନ୍ଦ କରିଦିଏ । ଏହା ଶରୀରର ଅତ୍ୟାବଶ୍ୟକ ଅଙ୍ଗକୁ ଅମ୍ଳଜାନ ଯୋଗାଣ ବନ୍ଦ କରିଦିଏ ଏବଂ ବ୍ୟକ୍ତି ମରିଯାଏ । ଏସବୁ କିଛି ମିନିଟରେ ଘଟେ । ବ୍ୟକ୍ତି ନିଜକୁ ସମ୍ଭାଳି ପାରନ୍ତି ନାହିଁ ଓ ତାଙ୍କର ଜୀବନ ଚାଲିଯାଏ ।

ବର୍ତ୍ତମାନ ଭାରତରେ କାର୍ଡିଆକ୍ ଆରେଷ୍ଟର ବୃଦ୍ଧି ଘଟୁଥିବା ମାମଲା ଉପରେ ଏକ ଅଧ୍ୟୟନ ସାମ୍ନାକୁ ବାହାରିଛି । ଯେଉଁଥିରେ ଏହା ଜଣାପଡିଛି ଯେ, ଦେଶରେ ୩୦ ରୁ ୪୦ ବର୍ଷ ବୟସ ଲୋକଙ୍କଠାରେ କାର୍ଡିଆକ୍ ଆରେଷ୍ଟ ମାମଲା ୧୩ ପ୍ରତିଶତ ବୃଦ୍ଧି ପାଇଛି । ଆମେରିକୀୟ ହାର୍ଟ ଆସୋସିଏସନର ଅନୁସନ୍ଧାନରେ ଏହି ସୂଚନା ପ୍ରକାଶ ପାଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ଅଳ୍ପ ବୟସରେ କାର୍ଡିଆକ୍ ଆରେଷ୍ଟର ବୃଦ୍ଧି ହେବାର ତିନୋଟି ମୁଖ୍ୟ କାରଣ ରହିଛି । ଏଥିରେ କୋଭିଡ, ମେଦବହୁଳତା ଏବଂ ଖରାପ ଜୀବନଶୈଳୀ ଅନ୍ତର୍ଭୁକ୍ତ । ଏହା ଚିନ୍ତାର ବିଷୟ ଯେ, କାର୍ଡିଆକ୍ ଆରେଷ୍ଟର ଅଧିକାଂଶ ମାମଲାରେ ରୋଗୀ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରନ୍ତି ନାହିଁ । ଏହି କାରଣରୁ ଏହି ରୋଗରେ ମୃତ୍ୟୁ ହାର ବହୁତ ଅଧିକ ।

ଆରିଥମିଆସ୍ ସମୟରେ ହୃଦସ୍ପନ୍ଦର ଗତି ଦୃତ, ଧୀର ଓ ଅନିୟମିତ ହୋଇଥାଏ। ବେଳେବେଳେ ଆରିଥମିଆସ୍ ଯୋଗୁଁ ହୃଦୟ ଶରୀରକୁ ରକ୍ତ ପମ୍ପ କରିବା ବନ୍ଦ କରିଦିଏ ଫଳରେ ହଠାତ୍‌ କାର୍ଡିଆକ୍‌ ଆରେଷ୍ଟ ସୃଷ୍ଟି ହୁଏ। ଯେଉଁ ବ୍ୟକ୍ତିଙ୍କଠାରେ ହୃଦରୋଗ ଜନିତ ସମସ୍ୟା ଅଛି, ସେମାନଙ୍କଠାରେ କାର୍ଡିଆକ୍‌ ଆରେଷ୍ଟ ହେବାର ରିସ୍କ ବେଶି।

ଲକ୍ଷଣ

ସାଧାରଣତଃ କାର୍ଡିଆକ୍‌ ଆରେଷ୍ଟର ପ୍ରଥମ ଲକ୍ଷଣ ହେଉଛି ବେହୋସ ହୋଇଯିବା। ଏହାଛଡ଼ା ଅନ୍ୟ ଲକ୍ଷଣଗୁଡ଼ିକ ହେଲା:

ହଠାତ୍‌ ବେହୋସ ହୋଇଯିବା

ନାଡ଼ି ଧକ୍‌ ଧକ୍ ହେବା ବନ୍ଦ ହୋଇଯିବା

ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯିବା

କାର୍ଡିଆକ ଆରେଷ୍ଟ ହେବା ପୂର୍ବର ଲକ୍ଷଣ:

ଛାତିରେ ଯନ୍ତ୍ରଣା

ନିଶ୍ଵାସ ପ୍ରଶ୍ୱାସରେ ବ୍ୟାଘାତ ହେବା

ଦୁର୍ବଳ ଲାଗିବା

କିନ୍ତୁ ହଠାତ୍‌ କାର୍ଡିଆକ୍‌ ଆରେଷ୍ଟ ହେଲେ କୌଣସି ଲକ୍ଷଣ ଦେଖାଦେଇ ନଥାଏ।

କାହିଁକି ହୁଏ କାର୍ଡିଆକ୍‌ ଆରେଷ୍ଟ?

କାର୍ଡିଆକ୍‌ ଆରେଷ୍ଟ ହେବାର ବିଭିନ୍ନ କାରଣ ରହିଛି। ଭେଣ୍ଟ୍ରିକୁଲାର ଫାଇବ୍ରିଲେସନ୍‌, କୋରୋନାରି ଧମନୀ ରୋଗ, ହୃଦଘାତ, କାର୍ଡିଓମାୟୋପାଥି, ଭଲଭୁଲାର ହାର୍ଟ ରୋଗ, ହାଟର୍ରେ ବିଦ୍ୟୁତିକ ସମସ୍ୟା ଯୋଗୁଁ କାର୍ଡିଆକ୍‌ ଆରେଷ୍ଟ ହୋଇଥାଏ।

କେଉଁ ବ୍ୟକ୍ତିଙ୍କୁ କାର୍ଡିଆକ୍‌ ଆରେଷ୍ଟ ହେବାର ଆଶଙ୍କା ଅଧିକ?

ଯଦି ଜଣେ ବ୍ୟକ୍ତିଙ୍କର ହୃଦୟଜନିତ ରୋଗ ଅଛି, ତେବେ ସେମାନଙ୍କଠାରେ ହଠାତ୍‌ କାର୍ଡିଆକ୍‌ ଆରେଷ୍ଟ ହେବାର ଆଶଙ୍କା ଅଧିକ। ଏହାଛଡ଼ା ଅନ୍ୟ କାରଣ ହେଉଛି:

ଉଚ୍ଚ ରକ୍ତଚାପ

ଉଚ୍ଚ ରକ୍ତ କୋଲେଷ୍ଟ୍ରଲ

ମୋଟାପଣ

ମଧୁମେହ

ହୃଦଘାତ

ବଂଶାନୁଗତ

ବୟସ

ଶରୀରରେ ପୁଷ୍ଟିର ଅସନ୍ତୁଳନ

ବୃକକ ରୋଗୀ

ଚିକିତ୍ସା

କାର୍ଡିଓପୁଲମୋନାରୀ ରିସ୍ୟୁସିଟେସନ୍ (CPR) ଓ ଡିଫିବ୍ରିଲେସନ୍ ହେଉଛି କାର୍ଡିଆକ୍‌ ଆରେଷ୍ଟର ଜରୁରୀକାଳୀନ ଚିକିତ୍ସା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button