ଦେଶ ବିଦେଶ

ଆତ୍ମା ଓ ଏହାର ଉପସ୍ଥିତି: କେତେ ସତ କେତେ ମିଛ !

୨୧ଶହ ଶତାବ୍ଦୀରେ ଯଦିଓ ମନୁଷ୍ୟ ଚନ୍ଦ୍ର ପୃଷ୍ଠରେ ପାଦ ଦେଇସାରିଲାଣି, ତଥାପି ବେଳେବେଳେ ଅତୃପ୍ତ ଆତ୍ମା ଓ ଭୂତପ୍ରେତଙ୍କ କାହାଣୀ ଶୁଣିବାକୁ ମିଳେ। କିନ୍ତୁ ଆଜିକାଲିର ସଭ୍ୟ ମଣିଷ ସମାଜ ଏସବୁ କପୋଳକଳ୍ପିତ ଚରିତ୍ରମାନଙ୍କର ଅବସ୍ଥିତି ଉପରେ ବିଶ୍ୱାସ କରିବାକୁ ନାରାଜ। ତଥାପି ବେଳେବେଳେ ଆମ ମନରେ ଏକ ପ୍ରଶ୍ନ ଉଙ୍କିମାରେ, ସତରେ କଣ ଏ ଦୁନିଆରେ ଭୂତପ୍ରେତ ଅଛନ୍ତି? ଆଉ ଯଦି ଅଛନ୍ତି, ତେବେ କେଉଁଠି? ନିଃସନ୍ଦେହ ମାନଚିତ୍ରରେ ଅବସ୍ଥାପିତ ନ ହୋଇଥିବା କୌଣସି ଆଭ୍ୟନ୍ତରୀଣ ଜଙ୍ଗଲୀ ସ୍ଥାନ ହୋଇଥିବ। କିନ୍ତୁ ଯଦି ଆମେ ଆପଣଙ୍କୁ କହୁ ଯେ ଏଭଳି ଏକ ଘଟଣା ନିକଟରେ ଘଟିଛି ଖୋଦ ନୂଆ ଦିଲ୍ଲୀର ଏକ ପାର୍କରେ, ତେବେ ଆପଣ ହୁଏତ ବିଶ୍ୱାସ କରି ନ ପାରନ୍ତି। କିନ୍ତୁ ଏହା ସତ । ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ବିଷୟରେ।

ଏବେ ସୋସିଆଲ୍ ମେଡିଆରେ ଏକ ଭିଡିଓ ଖୁବ ଭାଇରଲ୍ ହେଉଛି । ଭିଡିଓରେ ଦେଖା ଯାଉଛି ଯେ ପାର୍କରେ ଥିବା ଏକ ଦୋଳି ଆପଣାଛାଏଁ ହଲିବାକୁ ଆରମ୍ଭ କରୁଛି । କିଛି ସମୟ ପରେ ଏହା ସ୍ଥିର ହୋଇଯାଉଛି ଏବଂ ପୁଣି ହଲିବାକୁ ଆରମ୍ଭ କରୁଛି। ଭିଡ଼ିଓରେ କିଛି ଲୋକ ଭୂତ, ଭୂତ ବୋଲି ଚିତ୍କାର କରୁଥିବାର ମଧ୍ୟ ଶୁଣିବାକୁ ମିଳୁଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଯଦିଓ ଗୋଟିଏ ଦୋଳି ଖୁବ ଜୋରରେ ହଲୁଛି, କିନ୍ତୁ ଏହା ପାଖରେ ଥିବା ଅନ୍ୟ ଦୋଳିଟି ସମ୍ପୂର୍ଣ୍ଣ ରୂପେ ସ୍ଥିର ରହିଛି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ନିଶ୍ଚିତ ରୂପେ ପାର୍କରେ ସେ ସମୟରେ ପବନ ବହୁ ନାହିଁ କିମ୍ବା ଏହା କୌଣସି ମନୁଷ୍ୟକୃତ କାର୍ଯ୍ୟ ନୁହେଁ। ତେଣୁ ଏଥିରୁ ଅନୁମାନ କରାଯାଇ ପାରେ ଯେ ଏ ଦୁନିଆରେ ନିଶ୍ଚିତ ଭାବରେ କୌଣସି ଅଦୃଶ୍ୟ ଶକ୍ତି ରହିଛି ଯାହା ଆମ ଆଖପାଖରେ ଘୁରି ବୁଲୁଛି, ଯଦିଓ ଆମେ ଏ ସବୁକୁ କଦବା ବା କୋଚିତ ଅନୁଭବ କରୁ।

ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି କାହାଣୀଦ୍ୱାରା ଆମେ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁନାହୁଁ। ଏହା କେବଳ ଆମ ତରଫରୁ ଆପଣଙ୍କ ପାଇଁ ଏକ ମନୋରଂଜନଧର୍ମୀ ତଥ୍ୟ। ନିଶ୍ଚିତ ଭାବରେ ଏହା ଆପଣଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ। କିନ୍ତୁ ଯଦି ଆପଣ ମଧ୍ୟ ଭୁତପ୍ରେତଙ୍କ ଅବିସ୍ଥିତି ଉପରେ ବିଶ୍ୱାସ କରନ୍ତି ଏବଂ ଆପଣଙ୍କ ପାଖରେ ଏମିତି କିଛି କାହାଣୀ ରହିଛି, ତେବେ ଆପଣ ଆମ ସହ ସେୟାର କରିପାରିବେ। ଆମେ ଏହାର ସତ୍ୟତା ଅନୁଧ୍ୟାନ କରି ଆମ ପୋର୍ଟାଲରେ ସ୍ଥାନ ଦେବାକୁ ଚେଷ୍ଟା କରିବୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button