ଦେଶ ବିଦେଶ

ବିଶ୍ବ କ୍ଷୁଧା ସୂଚକାଙ୍କ : ପାକିସ୍ତାନ, ନେପାଳଠାରୁ ବି ଭାରତର ସ୍ଥିତି ଖରାପ – Utkal Mail


ନୂଆଦିଲ୍ଲୀ: ବିଶ୍ବ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୩ରେ ଭାରତର ସ୍ଥିତି ଆହୁରି ଖରାପ ହୋଇଛି । ୧୨୫ଟି ଦେଶକୁ ନେଇ ପ୍ରସ୍ତୁତ  ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତ ୧୧୧ ତମ ସ୍ଥାନକୁ ଖସି ଆସିଛି । କେବଳ ଏତିକି ନୁହେଁ, ଭାରତରେ ସର୍ବାଧିକ ଶିଶୁ ପୁଷ୍ଟିହୀନତା ମଧ୍ୟ ଦେଖିବାକୁ ମିଳୁଛି ଏବଂ ଏହା ୧୮.୭ ପ୍ରତିଶତ ବୋଲି ରିପୋର୍ଟରେ କୁହାଯାଇଛି । ୨୦୨୨ ପରଠାରୁ ଭାରତର ସ୍ଥିତି ଖରାପ ହୋଇଛି ଏବଂ ଗତବର୍ଷ ଏହି ସୂଚକାଙ୍କରେ ଭାରତ ୧୦୭ତମ ସ୍ଥାନରେ ଥିଲା।

ଗୁରୁବାର ପ୍ରକାଶିତ ଏହି ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍କୋର ୨୮.୭ ପ୍ରତିଶତ ରହିଛି, ଯାହା ଏହାକୁ ଏପରି ଏକ ଶ୍ରେଣୀରେ ରଖିଛି ଯେଉଁଠାରେ କ୍ଷୁଧା ଓ କ୍ଷୁଧାର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି  । ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (ଜିଏଚଆଇ) ହେଉଛି ବିଶ୍ୱ, ଆଞ୍ଚଳିକ ଏବଂ ଜାତୀୟ ସ୍ତରରେ କ୍ଷୁଧାକୁ ବ୍ୟାପକ ଭାବରେ ମାପିବା ଏବଂ ତଦାରଖ କରିବାର ଏକ ଉପକରଣ  ।

ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଅନୁଯାୟୀ  ପଡ଼ୋଶୀ ଦେଶ  ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ନେପାଳ ମଧ୍ୟ ଭାରତଠାରୁ  ଭଲ ସ୍ଥିତିରେ ଅଛନ୍ତି। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୩ରେ ପାକିସ୍ତାନ ୧୦୨ତମ, ବାଂଲାଦେଶ ୮୧ତମ, ନେପାଳ ୬୯ତମ ଓ ଶ୍ରୀଲଙ୍କା ୬୦ତମ ସ୍ଥାନରେ ରହିଛି।

କ୍ଷୁଧା ସୂଚକାଙ୍କକୁ ନେଇ ପ୍ରଶ୍ନବାଚୀ

ଗତ ବର୍ଷ ଭାରତ ସରକାର ଏହି ସୂଚକାଙ୍କକୁ ନେଇ ପ୍ରଶ୍ନ ଉଠାଇଥିଲେ । କାରଣ ଏହାକୁ ବିଶ୍ବ କ୍ଷୁଧା ସୂଚକାଙ୍କ କୁହାଯାଉଥିଲେ ବି, ଏହା ପ୍ରକୃତରେ ଶିଶୁ ଅପପୃଷ୍ଟି ସ୍ଥିତିକୁ ଦର୍ଶାଉଛି । କେବଳ ଶିଶୁମାନଙ୍କ ପୁଷ୍ଟିହୀନତା ସ୍ଥିତି ପରିମାପ ପାଇଁ ସଂଗୃହୀତ ତଥ୍ୟକୁ ନେଇ ସାମଗ୍ରୀକ ଭାବେ କ୍ଷୁଧା ସ୍ଥିତିକୁ ଦର୍ଶାଇବା ପଦ୍ଧତି ଠିକ ନୁହେଁ ବୋଲି ଭାରତ ସରକାର କହିଥିଲେ ।




Related Articles

Leave a Reply

Your email address will not be published. Required fields are marked *

Back to top button