ଓଡିଶା

ହୀରାକୁଦର ୫ ଗେଟ ଖୋଲିଲା

ସମ୍ବଲପୁର: ଆଜି ହୀରାକୁଦରୁ ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ ଖୋଲାଯାଇଛି। ବାମ ପାର୍ଶ୍ବ ସ୍ପିଲୱେର ସପ୍ତମ ଗେଟ ପ୍ରଥମେ ଖୋଲାଯାଉଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ଗେଟ ଖୋଲିଛି। ତେବେ ଏହି ୫ଟି ଗେଟ ଦେଇ ୭୫ ହଜାର କ୍ୟୁସେକ ଜଳ ମହାନଦୀ ଛଡାଯିବାର ଯୋଜନା ଥିବା ବେଳେ ୪୮ ଘଣ୍ଟା ମଧ୍ଯରେ ଏହି ପାଣି ମୁଣ୍ଡୁଳିରେ ପହଞ୍ଚିବ ବୋଲି ମୁଖ୍ଯ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେପଟେ ସକାଳ ୮ଟା ସୁଦ୍ଧା ଜଳସ୍ତର ୬୧୪.୮୭ ଫୁଟ ରେ ପହଞ୍ଚିଥିବା ବେଳେ ଜଳଭଣ୍ଡାରକୁ ୮୮ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ବନ୍ଧର ବାମ ପାର୍ଶ୍ବ ସ୍ଲୁଇସ ଗେଟ ନିକଟରେ ପୂଜାର୍ଚ୍ଚନା ସହ ଗେଟ ଖୋଲାଯାଇଛି। ଏଥିପାଇଁ ଆଜି ସକାଳୁ ସାଇରନ ଅବିରତ ବାଜିଥିବା ବେଳେ ନଦୀଗର୍ଭକୁ ନ ଯିବାକୁ ତଳମୁଣ୍ଡର ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button