ଓଡିଶା

ବାଇକକୁ ଧକ୍କା ଦେଇ ଜଳିଗଲା ବସ୍‌

ମାଜ ଡିଜିଟାଲ ଡେସ୍କ: ଯାଜପୁର ଜିଲା ଏନଏଚ-୧୬ ଛତିଆ ନିକଟରେ ଦୁର୍ଘଟଣା। ବାଇକକୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ୍‌। ଫଳରେ ପ୍ରଥମେ ବାଇକରେ ନିଆଁ ଲାଗିବା ପରେ ବସଟି ଜଳିଯାଇଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆଜି ସକାଳୁ ଚକାଡୋଳା ନାମକ ଏକ ବସ ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।

ଏହି ସମୟରେ ଏନଏଚ-୧୬ ଛତିଆ ନିକଟରେ ବସଟି ଦୁର୍ଘଟଣା ଘଟିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ କିଛି ସମୟ ପାଇଁ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button