କ୍ରୀଡା
ଇତିହାସ ରଚିଲା ଟିମ୍ ଇଣ୍ଡିଆ: ୨୫ ବର୍ଷ ପରେ ୨୦୨୫ରେ ପ୍ରତିଶୋଧ ନେଲା

ଦୁବାଇ: ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାଜିତ କରିଛି। ଟିମ୍ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ଧାର୍ଯ୍ୟ ୨୫୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ୨୫୪ ରନ୍ ସଂଗ୍ରହ କରିଛି।
ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ୭୬ ରନ୍ କରିଥିବାବେଳେ ଶୁବମନ ଗିଲ୍ ୩୧ ରନ୍ କରିଥିଲେ। ବିରାଟ କୋହଲି ଏକ ରନ୍ କରି ପାଭିଲିୟନ ଫେରିଥିଲେ। ଶ୍ରେୟସ ଆୟର ୪୮ ରନ୍ କରିଥିବାବେଳେ ଅକ୍ଷର ପଟେଲ ୨୯ ରନ୍ କରିଥିଲେ। ସେହିପରି କେଏଲ ରାହୁଲ ୩୪ ରନ୍ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରିଥିଲେ।
ନ୍ୟୁଜିଲାଣ୍ଡ ପକ୍ଷରୁ ମାଇକେଲ ସାଟନର ୨ ୱିକେଟ ନେଇଥିବାବେଳେ ମିଚେଲ ବ୍ରସୱେଲ୍ ୨ ୱିକେଟ ନେଇଥିଲେ। ସେହିପରି ରଚିନ ରବିନ୍ଦ୍ର ଏବଂ କେୟଲ ଜାମିସନ ଉଭୟ ଗୋଟିଏ ୱିକେଟ ନେଇଥିଲେ।
ଭାରତୀୟ ସ୍ପିନରମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନଙ୍କ ମଧ୍ୟରେ କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ ଆତଙ୍କ ସୃଷ୍ଟି କରିଥିଲେ। ଫଳରେ ଧାର୍ଯ୍ୟ ୫୦ ଓଭରରେ ନ୍ୟୁଜିଲାଣ୍ଡ ୭ ୱିକେଟ ହରାଇ ୨୫୧ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୫୨ ରନ୍ ରହିଥିଲା।