ବିଚାର

Vastu Tips- ନୂଆବର୍ଷ 2023, ଘରକୁ ଆଣନ୍ତୁ ଏହି 1ଟି ଜିନିଷ… ଘରେ ହେବ ଧନର ବର୍ଷା

ନୂଆବର୍ଷ 2023 ଜାନୁୟାରୀ 1 ତାରିଖ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ରବିବାର ଦିନ ପଡୁଅଛି । ଏହି ଦିନର ନକ୍ଷେତ୍ରର ସ୍ଵାମୀ ଶୁକ୍ର ଦେବ ଅଟନ୍ତି । ତାହା ବ୍ୟତୀତ ଦଶମୀ ତିଥିର ସ୍ଵାମୀ ଯମ ରାଜ ଙ୍କୁ କୁହାଯାଇଥାଏ । ଯମ ରାଜ ଙ୍କୁ ପୂଜା କରିବା ଦ୍ଵାରା ଆରୋଗ୍ଯ ଓ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ । ତେଣୁ ଏହି ବର୍ଷ ଜାନୁୟାରୀ 1 ତାରିଖ ଦିନ ଯମ ରାଜା ଓ ଆମର ପିତୃ ପୁରୁଷ ଙ୍କ ନିମିତ୍ତ ଏକ ଦୀପ ଦାନ ନିଶ୍ଚୟ କରିବା ଉଚିତ ।

ଚଳିତ ବର୍ଷ ନୂଆବର୍ଷ ଟି ରବିବାର ଦିନ ପଡୁଅଛି । ଏହି ରବିବାର ର ସ୍ଵାମୀ ଭଗବାନ ସୂର୍ଯ୍ୟ ନାରାୟଣ ଅଟନ୍ତି । ଏଣୁ ଏହି ଦିନ ଘରକୁ ସୂର୍ଯ୍ୟ ନାରାୟଣ ଙ୍କର ସମ୍ବନ୍ଧିତ କୌଣସି ଜିନିଷ କିଣି କରି ଆଣିବା ଦ୍ଵାରା ଘର ର ମଙ୍ଗଳ ହୋଥାଏ । ଏହିଦିନ ର ନକ୍ଷେତ୍ର ସ୍ଵାମୀ ଶୁକ୍ର ଦେବ ଅଟନ୍ତି ।

ଶୁକ୍ର ଦେବ ଆମକୁ ସୁଖ, ସମୃଦ୍ଧି, ଧନ, ଦୌଲତ ତଥା ସବୁ ପ୍ରକାରର ଭୌତିକ ସୁଖ ପ୍ରଦାନ କରିଥାନ୍ତି । ବନ୍ଧୁଗଣ ଆସନତୁ ଜାଣିବା ଏହି ନୂତନ ବର୍ଷ ରେ ଘରକୁ କଣ କିଣି ଆଣିବା ଦ୍ଵାରା ଘରର ମଙ୍ଗଳ ହୋଇଥାଏ । ଏହି ଦିନ ନିଜ ସାମର୍ଥ୍ୟ ଅନୁସାରେ ଘରକୁ କିଛି ତମ୍ବା କିଣି କରି ଆଣିବା ଦ୍ଵାରା ଘରର ମଙ୍ଗଳ ହୋଇଥାଏ ଓ ସେହି ତମ୍ବା ପାତ୍ର ରେ ସୂର୍ଯ୍ୟ ଭଗବାନ ଙ୍କୁ ଜଳ ଓ ଅର୍ଘ୍ୟ ପ୍ରଦାନ କରିବା ଦ୍ଵାରା ସୂର୍ଯ୍ୟ ଭଗବାନ ଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ ।

ଦ୍ଵିତୀୟ ରେ ଏହି ଦିନ ଘରକୁ କିଛି ଗୁଡ କିଣି ଆଣିବା ଦ୍ଵାରା ଘରେ ଧନ ଆଗମନ ର ମାର୍ଗ ଖୋଲି ଯାଇଥାଏ । ତୃତୀୟ ଟି ହେଉଛି ଏହି ଦିନ ଘରକୁ କିଛି ଗହମ କିଣି ଆଣିବା ଉଚିତ ହୋଇଥାଏ । ଏହା ଦ୍ଵାରା ଜୀବନ ରେ ବହୁ ପ୍ରକାର ର ସୁଖ ପ୍ରାପ୍ତ ହୋଇଥାଏ । ଚତୁର୍ଥ ସାମଗ୍ରୀ ଟି ହେଉଛି ମସୁର ଡାଲି କିଣି ଆଣିବା ଉଚିତ ।

ଏହି ଦିନ ମସୁର ଡାଲି କିଣି ଦାନ କରିବା ଦ୍ଵାରା ଓ ଖାଇବା ଦ୍ଵାରା ଜୀବନ ରେ ଖୁବ ଶୀଘ୍ର ସଫଳତା ପ୍ରାପ୍ତ ହୋଇଥାଏ । ପଞ୍ଚମ ସାମଗ୍ରୀ ଟି ହେଉଛି ଘିଅ । ଏହି ଦିନ ଘରକୁ ଘିଅ କିଣି ଆଣିବା ଦ୍ଵାରା ଜୀବନ ରେ ସବୁ ପ୍ରକାର ଭୌତିକ ସୁଖ ସୁବିଧା ପ୍ରାପ୍ତ ହୋଇଥାଏ । ଏହି ଦିନ ଗୋବର ରେ ତିଆରି ଘଷି ରେ ନିଆ ଲଗାଇ କିଛି ଘିଅ କୁ ସେହି ନିଆଁ ରେ ମା ଲକ୍ଷ୍ମୀ, ଭଗବାନ ବିଷ୍ଣୁ ଓ ସୂର୍ଯ୍ୟ ନାରାୟଣ ଙ୍କ ନାମ ରେ ଆହୁତି ରୂପରେ କିଛି କିଛି କରି ଢାଳନ୍ତୁ ।

ବେଳେ ବେଳେ ପରିଶ୍ରମ କରି ମଧ୍ୟ ସଫଳତା ପ୍ରାପ୍ତ ହୋଇ ନଥାଏ । ତେଣୁ ଏପରି ରେ ଆପଣ ଏହି ଦିନ ନୂତନ ବର୍ଷ ରେ ଏକ ମୟୂର ପଙ୍ଖ କିଣି କରି ଘରକୁ ଆଣନ୍ତୁ । ଏହା ପରେ ମୟୂର ପଙ୍ଖ ର ଉପରି ଭାଗ କୁ କାଟି ସେହି ଚନ୍ଦ୍ରିକା କୁ ନିଜ ପର୍ସ ରେ ବା ନିଜ ପାଖରେ ର୍କାହିବା ଆଡବାର ଆପଣ ଙ୍କ ଠାରେ ଆକର୍ଷଣ ଶକ୍ତି ବଢିଯିବ ।

ତାହା ବ୍ଯତୀତ ଆପଣ ମାନେ ଊର୍ଜାବାନ ମଧ୍ୟ ହେବେ । ଆପଣ ଙ୍କର ନ ହେଉଥିବା କାର୍ଯ୍ୟ ମଧ୍ୟ ହେବାକୁ ଲାଗିବ । ପ୍ରତ୍ଯେକ କାର୍ଯ୍ୟ ରେ ଆପଣ ସଫଳତା ପ୍ରାପ୍ତ କରିବାକୁ ଲାଗିବେ । ତହଶ ଆପଣ ବିଦ୍ୟା ବନ ମଧ୍ୟ ହେବେ । ଭୌତିକ ସୁଖ ଇଛା କରୁଥିଲେ, ଆପଣ ସେହି ମୟୁର ପଙ୍ଖ ରେ କିଛି ଅତର ଲଗାଇ ଆପଣ ନିଜ ପର୍ସ ରେ ରଖନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମକୁ ତାହା କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button