ଦେଶ ବିଦେଶ

ଲକଡାଉନ: ଦେଶରେ ୨୦ ଏପ୍ରିଲ ଠାରୁ ଏହି ସେବା ଗୁଡିକ ପୁଣି ହେଇଯିବ ଆରମ୍ଭ, ଦେଖନ୍ତୁ ତାର ତାଲିକା ଓ କଣ ରହିଛି ସର୍ତ୍ତ ଜାଣନ୍ତୁ

କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ହୋଇଛି । ଏହି ଲକଡାଉନ ୧୪ ଏପ୍ରିଲ ପର୍ଯ୍ୟନ୍ତ ଥିଲା ଏବଂ ଏହାପରେ ତାର ସମୟ ସୀମାକୁ ଘୁଞ୍ଚା ଯାଇ ୩ ମେ ପର୍ଯ୍ୟନ୍ତ ହେବ ବୋଲି ସ୍ଥିର କରାଗଲା । କିନ୍ତୁ କେନ୍ଦ୍ର ସରକାର ଏହି ୩ ମେ ଭିତରେ ୨୦ ଏପ୍ରିଲ ଠାରୁ କେତେକ ସେବା ଗୁଡିକୁ ଖୋଲିବା ପାଇଁ କହିଛନ୍ତି । ଏଥିପାଇଁ ସରକାର ଙ୍କ ଦ୍ଵାରା ଏକ ତାଲିକା ପ୍ରସ୍ତୁତ କରାଯାଇଛି । କେନ୍ଦ୍ରୀୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଏହି ସେବା ଗୁଡିକ ହଟସ୍ପଟ ଜୋନରେ ଲାଗୁ କରାଯିବ ନାହିଁ ଏବଂ ସେଠାରେ ପ୍ରଥମ ଭଳି କଡାକଡି ନିୟମ ଲାଗୁ ହେବ ।

ସୁରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଙ୍କ ଘରେ ଶନିବାର ଦିନ ତାଙ୍କ ଅଧକ୍ଷତାରେ ମନ୍ତ୍ରୀ ମାନଙ୍କର ଏକ ବୈଠକ ହୋଇଥିଲା । ଏହି ବୈଠକରେ କୋରୋନା ପାଇଁ ୩ ମେ ପର୍ଯ୍ୟନ୍ତ ବଢାଇ ଦିଆ ଯାଇଥିବା ଲକଡାଉନ କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥତି ବିଷୟରେ ବିଚାର ହେଲା ଏବଂ ୨୦ ଏପ୍ରିଲ ଠାରୁ କୋରୋନା ପ୍ରଭାବିତ ହୋଇନଥିବା ଜାଗା ଗୁଡିକରେ କେଉଁ ସବୁ ସେବା ଖୋଲା ଯିବ ସେ ବିଷୟରେ ସ୍ଥିର କରାଗଲା ।

ଏହି ନିୟମ ଭିତରେ ପ୍ରାୟ ୪୫ ପ୍ରତିଶତ ଅର୍ଥ ବ୍ୟବସ୍ଥାରେ କାମ ଆରମ୍ଭ ହୋଇଯିବ

୨୦ ଏପ୍ରିଲ ଠାରୁ କେତେକ କ୍ଷେତ୍ରରେ ପୁଣି ଥରେ କାମ ଆରମ୍ଭ ହୋଇଯିବ ଏହାକୁ ନେଇ ସରକାର ଗାଇଡଲାଇନ୍ସ ମଧ୍ୟ ଜାରି କରିଛନ୍ତି । ହିନ୍ଦୁସ୍ଥାନ ଟାଇମ୍ସ ରିପୋର୍ଟ ଅନୁସାରେ ଯେଉଁ କ୍ଷେତ୍ରରେ ପୁଣି ଥରେ କାମ ଆରମ୍ଭ କରାଯିବ ସେଥିରେ ଗ୍ରାମୀଣ ଅର୍ଥବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯିବ । ଏହା ସହିତ ଲୋକଙ୍କର ପ୍ରତିଦିନ ଦରକାର ହେଉଥିବା ଜିନିଷ କ୍ଷେତ୍ରରେ ବି ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବ ।

ଦେଶ ଭିତରେ ପ୍ରାୟ ୨୦ ରୁ ୨୫ ଲକ୍ଷ ଦୋକାନ ଖୋଲା ହେବ

ଚିକିତ୍ସା ଉପକରଣ, ଆଇଟି ହାର୍ଡୱେୟାର, ଝୋଟ ଉଦ୍ଯୋଗ ସହିତ ଯୋଡି ହୋଇଥିବା କମ୍ପାନୀ ମାନେ କାମ କରିବା ଆରମ୍ଭ କରି ପାରିବେ । ରାଶନ ଦୋକାନ, ଫଳ ଠେଲା ଗାଡି, ସଫା କରିବାର ଜିନିଷ, ମାଛ ଏବଂ ଚାରା ବିକ୍ରି କରୁଥିବା ଦୋକାନ ଖୋଲାଯିବ । ଇ କମର୍ସ କମ୍ପାନୀ ଗୁଡିକ କାମ କରିବା ଆରମ୍ଭ କରି ପାରିବେ । ସରକାରୀ ଖବର ଦେଉଥିବା ଡାଟା, କଲ ସେଣ୍ଟର ଏବଂ ଆଇଟି ସେବା କରୁଥିବା ଅଫିସ ଖୋଲିବ । ଏହା ସହିତ ଇଲୋକଟ୍ରୋନିକ୍ସ, ମୋଟର, ମେକାନିକ, କାରପେଣ୍ଟର, କୋରିୟର, ଡିଟିଏଚ ଏବଂ କେବୁଲ ସେବା ଦେଉଥିବା କର୍ମୀ ନିଜର କାମ ଆରମ୍ଭ କରି ପାରିବେ ।

ଖେତ ସହିତ ଯୋଡି ହୋଇଥିବା ସେବା ଗୁଡିକୁ ଆରମ୍ଭ କରିବା ଦ୍ଵାରା ୫୦ପ୍ରତିଶତ ଲୋକଙ୍କୁ କାମ ମିଳିବ

ଆମର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି ଏଥିପାଇଁ କ୍ଷେତ ସମ୍ବନ୍ଧିତ ସେବା ଆରମ୍ଭ ହେବା ପରେ ୫୦ ପ୍ରତିଶତ ଲୋକଙ୍କୁ କାମ ମିଳିବ । ସରକାର ବି ଫସଲର କିଣାକିଣି କରୁଛନ୍ତି । ଏଥିରୁ ଚାଷୀ ମାନଙ୍କର ପଇସା ଆସିବ ଏହି କାରଣରୁ କିଣାକିଣି ବଢିବ ଯାହା ପୁରା ଅର୍ଥବ୍ୟବସ୍ଥା କୁ ବହୁତ ଲାଭ ହେବ । ଫୁଡ ପ୍ରୋସେସିଂ ଇଣ୍ଡଷ୍ଟ୍ରି, କୋଲ୍ଡ ଷ୍ଟୋରେଜ, ୱେୟାର ହାଉସ ସର୍ଭିସ, ମାଛ ମାନଙ୍କର ଭୋଜନ, ମେଣ୍ଟେନାଶ ପ୍ରୋସେସିଂ, ପ୍ୟାକେଜିଙ୍ଗ, ମାର୍କେଟିଙ୍ଗ, କମଶ୍ରୀୟାଲ ଏକ୍ବେରିୟମ, ମାଛ ଉତ୍ପାଦ, ଫିସ ସିଡ, ଚା, କଫି, ରବର, କାଜୁ ର ପ୍ରୋସେସିଂ ପ୍ୟାକେଜିଙ୍ଗ, କ୍ଷୀର କଲେକ୍ସନ ପ୍ରୋସେସିଂ ମକ୍କା ର ମ୍ୟାନୁଫ୍ୟାକ୍ଚରିଙ୍ଗ ଓ ଡିଷ୍ଟ୍ରିବ୍ଯୁଶନ ର କାମ ଆରମ୍ଭ ହେବ ।

ଏହି ସେବା ଗୁଡିକ ୨୦ ଏପ୍ରିଲ ରୁ ଖୋଲା ରହିବ

ସବୁ ସ୍ୱାସ୍ଥ୍ୟ ସେବା, ସବୁ ପ୍ରକାରର କୃଷି, ମାଛ ଧରିବା ଜଳୀୟ କୃଷି ଉଦ୍ୟୋଗର ସଂଚାଳନ, ବୃକ୍ଷରୋପଣ ଗତିବିଦ୍ଧି, ପଶୁପାଳନ ଗତିବିଦ୍ଧି, ସାମାଜିକ କ୍ଷେତ୍ର, ସାର୍ବଜନିକ ସୁବିଧା, ମାଲ ଲୋଡ କରିବା ଏବଂ କାଢିବା ପାଇଁ ଅନୁମତି, ଅନଲାଇନ ଶିକ୍ଷଣ, ଆବଶ୍ୟକ ବସ୍ତୁର ଉତ୍ପାଦନ, ବାଣିଜ୍ୟ କୁ ସଞ୍ଚାଳିତ କରିବା ପାଇଁ ଅନୁମତି ଦିଆଯିବ, ନିର୍ମାଣ ଗତିବିଦ୍ଧି, ଚିକିତ୍ସା ଏବଂ ପଶୁ ଚିକିତ୍ସା ସହିତ ଆପାତକାଳୀନ ସେବା ପାଇଁ ଗାଡି, ଏହି ସବୁ ସେବା ଖୋଲା ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button