ଦେଶ ବିଦେଶ
ମାର୍ଚ୍ଚରୁ ମୁଣ୍ଡଫଟା ଖରା, ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି ଗରମ

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି ଗରମ । ଏପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ତାପମାତ୍ରା ୩୩ ଡିଗ୍ରୀ ପାର ହୋଇଛି । ଗତକାଲି ତାପମାତ୍ରା ସର୍ବାଧିକ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗ କହିବାନୁଯାୟୀ, ଆଜିଠୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀରେ ହାଲକା ବର୍ଷା ହେବାର ଆଶଙ୍କା କରାଯାଉଛି ।
ଆଜିର ତାପମାତ୍ରା ୩୨-୩୫ ଡିଗ୍ରୀ ରହିବାର ସମ୍ଭାବନା ରହିଛି । ୧୫ ମାର୍ଚ୍ଚରୁ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଏପଟେ ଗରମ ଅସହ୍ୟ ହେବା ଯୋଗୁ ଦିଲ୍ଲୀବାସୀ କଲବଲ ହେଉଛନ୍ତି ।
ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା ଏବଂ ଗରମ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଛି । ଖାଲି ଦିଲ୍ଲୀ ନୁହେଁ ଓଡିଶାରେ ବି ଗରମ ଦେଖା ଦେଲାଣି । ଚଳିତ ବର୍ଷ ୨୦୨୫ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଅତିକ୍ରମ କରିଛି। ବୌଦ୍ଧର ତାପମାତ୍ରା ୪୦.୫ ଡିଗ୍ରି ସେଲସିୟସ୍ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।