କୋଭିଡ ରାଜ୍ୟ ବିପର୍ଯୟ ଘୋଷଣାକୁ ପୂରିଲା ୫ ବର୍ଷ, ସାରା ଦେଶକୁ ଅକ୍ସିଜେନ ସପ୍ଲାଏ କରିଥିଲା ଓଡ଼ିଶା

କୋଭିଡ ରାଜ୍ୟ ବିପର୍ଯୟ ଘୋଷଣାକୁ ପୂରିଲା ୫ ବର୍ଷ । ୨୦୨୦ ମାର୍ଚ୍ଚ ୧୧ରେ ମହାମାରୀ ଘୋଷଣା କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଦିନକ ପରେ ଅର୍ଥାତ ୧୩ ମାର୍ଚ୍ଚ ୨୦୨୦ରେ ରାଜ୍ୟରେ ହୋଇଥିଲା ବିପର୍ଯ୍ୟୟ ଘୋଷଣା । ମାର୍ଚ୍ଚ ୧୬ରେ ପ୍ରଥମ କୋଭିଡ୍ ରୋଗୀ ଚିହ୍ନଟ ହୋଇଥିଲେ । ସଂକ୍ରମିତ ଛାତ୍ର ଜଣଙ୍କ ଇଟାଲୀରୁ ଓଡ଼ିଶା ଆସିଥିଲେ । ରାଜ୍ୟରେ କରୋନା ସଂକ୍ରମଣର ମୁକାବିଲା ପାଇଁ ନିଆଯାଇଥିଲା ବିଭିନ୍ନ ପଦକ୍ଷେପ । ଲକଡାଉନ, ସଟଡାଉନ ସାଙ୍ଗକୁ ଟିକାକରଣ ଚାଲିଥିଲା । ଓଡ଼ିଶା ସରକାର ବାହାର ରାଜ୍ୟରୁ ଓଡ଼ିଆ ଶ୍ରମିକଙ୍କୁ ଆଣି କୋଭିଡ ସେଣ୍ଟରରେ ରଖିଥିଲେ । ଟେଷ୍ଟିଂ ବଢ଼ାଇବା, ଅସ୍ଥାୟୀ କୋଭିଡ ହସ୍ପିଟାଲ ଗଠନ, ମାଗଣାରେ କୋଭିଡ ଚିକିତ୍ସା ଓ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇଥିଲା ।
ସେହିପରି ସାରା ଦେଶକୁ ଅକ୍ସିଜେନ ସପ୍ଲାଏ କରିଥିଲା ଓଡ଼ିଶା । ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାକୁ ସବୁ ମହଲରେ ପ୍ରଶଂସା କରାଯାଇଥିଲା । ସେତେବେଳେ ଓଡ଼ିଶାର ମୁଖ୍ୟ ସଚିବ ଥିଲେ ଅସିତ ତ୍ରିପାଠୀ । ତତ୍କାଳୀନ ଡିଏମଏଇଟି ଡାକ୍ତର ସିବିକେ ମହାନ୍ତିଙ୍କ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଓଡ଼ିଶାରେ ୧୩ ଲକ୍ଷରୁ ଅଧିକ ଜଣ ସଂକ୍ରମିତ ହୋଇଥିଲେ । ମୃତ୍ୟୁ ସଂଖ୍ୟା ୯ ହଜାରରୁ ଅଧିକ ଥିଲା ।