କ୍ରାଇମ

ବେଆଇନ ବନ୍ଧୁକ କାରଖାନାରେ STFର ଚଢ଼ାଉ, ୪ ଗିରଫ

କଟକ : ବନ୍ଧୁକ କାରଖାନାରେ ରେଡ୍ । ବେଆଇନ ବନ୍ଧୁକ କାରଖାନାରେ STF ଚଢ଼ାଉ କରିଛି । କଟକ ବୟାଳିସି ମୌଜାରେ ଥିବା ଏକ ବନ୍ଧୁକ କାରଖାନାରେ ଚଢ଼ାଉ ହୋଇଛି । ବନ୍ଧୁକ ତିଆରି ସରଞ୍ଜାମ ଜବତ କଲା କ୍ରାଇମବ୍ରାଞ୍ଚ STF ଟିମ୍ । ୩୦ରୁ ଅଧିକ ବନ୍ଧୁକ ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଦୀର୍ଘ ଦିନରୁ ଏଠାରେ ବେଆଇନ ଭାବେ ବନ୍ଧୁକ ତିଆରି କରାଯାଉଥିଲା । ଏଥିସହିତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସପ୍ଲାଏ କରାଯାଉଥିଲା । କୌଣସି ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଆଜି ଏସଟିଏଫ୍ ଟିମ୍ ବନ୍ଧୁକ କାରଖାନା ଉପରେ ଚଢାଉ କରିଥିଲା । ସେଠାରୁ ୩୦ରୁ ଅଧିକ ବେଆଇନ୍ ବନ୍ଧୁକ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button