ଓଡିଶା

ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ

ବ୍ରହ୍ମପୁର: କୁକୁଡ଼ାଖଣ୍ଡିରେ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ ଘଟିଛି। ନିଆଁ ଲାଗି ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିଲା। ଗତକାଲି ଚିକିତ୍ସା ପାଇଁ ତାଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଭାବେ ପୋଡି ଯାଇଥିବା ଯୁବତୀ ଜଣଙ୍କ ହେଲେ ଆସିକା ଅଞ୍ଚଳର ଅଶୋକ ପ୍ରଧାନଙ୍କ ଝିଅ ରାଣୀ ପ୍ରଧାନ(୨୧)।

ସୂଚନାଥାଉକି, ଅଶୋକ ନିଜ ପରିବାର ସହ କୁକୁଡ଼ାଖଣ୍ଡି ମୁଖ୍ୟ ରାସ୍ତାରେ ଥିବା ବ୍ଲକ କାର୍ଯ୍ୟାଳୟ ନିକଟରେ ରହୁଛନ୍ତି। ସୋମବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ରାଣୀ ଓ ତାଙ୍କ ବାପା ଅଶୋକ ମଧ୍ୟରେ ଝଗଡ଼ା ହୋଇଥିବା କୁହାଯାଉଛି। ଏଥିରେ ରାଣୀ ଉତ୍‌କ୍ଷିପ୍ତ ହୋଇ ନିଜ ଶରୀରରେ ପେଟ୍ରୋଲ ଢାଳି ହେବା ପରେ ନିଆଁ ଲଗାଇ ଦେଇଥିଲେ। ହେଲେ ନିଆଁ ହୁଁ ହୁଁ ହୋଇ ଜଳିବା ପରେ ସେ ଘର ଭିତରୁ ବାହାରକୁ ଦୌଡ଼ି ଆସିଥିଲେ। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଯୁବତୀ ନିଆଁରେ ଜଳୁଥିବା ଦେଖି ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମକେସିଜିକୁ ପଠାଇଥିଲେ। ରାଣୀ ଯୁକ୍ତ ୩ରେ ପାଠ ପଢୁଛନ୍ତି। ତେବେ ସେ କେଉଁ କାରଣରୁ ଏଭଳି ପଦ‌େ‌କ୍ଷପ ନେଲେ ତାହା ସ୍ପଷ୍ଟ ହୋଇନାହିଁ। ଘଟଣାକୁ ନେଇ ବର୍ତ୍ତମାନ ଯାଏଁ ପୁଲିସ ନିକଟରେ ଅଭିଯୋଗ ହୋଇନାହିଁ। ତେବେ କୌଣସି କାରଣକୁ ନେଇ ରାଣୀ ଓ ତାଙ୍କ ପରିବାର ଲୋକଙ୍କ ସହ ମନାନ୍ତର ହୋଇଥିଲା । ଯେଉଁଥିପାଇଁ ଆଜି ସେ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button