ଦେଶ ବିଦେଶରାଜନୀତି

ସୁରଟରୁ ​​ଆପ୍ ପ୍ରାର୍ଥୀ ନିଖୋଜ, ବିଜେପି ବିରୋଧରେ ଅପହରଣ ଅଭିଯୋଗ ଆଣିଲେ କେଜ୍ରିୱାଲ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ​​ଆମ୍ ଆଦମୀ ପାର୍ଟି (ଆପ୍)ର ଜଣେ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ନେଇ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଶଙ୍କା ପ୍ରକାଶ କରିଛନ୍ତି।

ଏଥିପାଇଁ ସେ ସିଧାସଳଖ ବିଜେପିକୁ ଦାୟୀ କରିଛନ୍ତି । କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ ସୁରଟରୁ ଆପ୍ ପ୍ରାର୍ଥୀ କଞ୍ଚନ ଜରିୱାଲାଙ୍କ ତାଙ୍କ ପରିବାର ସହ ନିଖୋଜ ଅଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, “ସୁରଟ (ପୂର୍ବ) ର ପ୍ରାର୍ଥୀ କଞ୍ଚନ ଜରିୱାଲା ଏବଂ ତାଙ୍କ ପରିବାର ଗତକାଲି ଠାରୁ ନିଖୋଜ ଅଛନ୍ତି। ପୂର୍ବରୁ ବିଜେପି ତାଙ୍କ ନାମାଙ୍କନ ବାତିଲ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ତାଙ୍କ ନାମାଙ୍କନ ଗ୍ରହଣ କରାଯାଇଥିଲା। ପରେ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିବାକୁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିଲା। ତାଙ୍କୁ ଅପହରଣ କରାଯାଇଛି କି?”

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗଣମାଧ୍ୟମକୁ କହିଛନ୍ତି, “ଗୁଜୁରାଟର ସୁରଚ (ପୂର୍ବ) ରୁ ବିଜେପି ଆମ ପ୍ରାର୍ଥୀଙ୍କୁ ଅପହରଣ କରି ନେଇଛି। ଗତକାଲି ତାଙ୍କୁ ଆରଓ କାର୍ଯ୍ୟାଳୟରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ତାଙ୍କ ନାମାଙ୍କନ ଖାରଜ କରିବାକୁ ସେମାନେ (ବିଜେପି) ଚେଷ୍ଟା କରିଥିଲେ। ପରେ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିବାକୁ ତାଙ୍କ ଉପରେ ଚାପ ପକାଯାଇଥିଲା । ଏହି ଘଟଣା ନିର୍ବାଚନ ଆୟୋଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button