ଦେଶ ବିଦେଶ

ଚନ୍ଦ୍ରପୃଷ୍ଠରେ ପାଣି ଖୋଜିବ ନାସା: ଏନେଇ ବୁଧବାର ଏକ ସାଟେଲାଇଟ୍ ଉତ୍‌କ୍ଷେପଣ କରିଛି ଆମେରିକା

ୱାଶିଂଟନ୍‌:  ଚନ୍ଦ୍ରପୃଷ୍ଠରେ ପାଣି ଖୋଜିବ ନାସା। ଏନେଇ ବୁଧବାର ଏକ ସାଟେଲାଇଟ୍ ଉତ୍‌କ୍ଷେପଣ କରିଛି ଆମେରିକା ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର। ସ୍ପେଶ୍ ଏକ୍ସ ଫାଲକନ୍‌ ନାଇନ୍ ରକେଟ୍ ସାହାଯ୍ୟରେ ସାୟେଲାଇଟ୍‌କୁ ମହାକାଶକୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଏବି ସାଟେଲାଇଟ୍‌ର ନାମ ଲୁନାର ଟ୍ରେଲ୍‌ବ୍ଲେଜର ଅର୍‌ବିଟର। ଏହି ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ କରିବ। ଚନ୍ଦ୍ରପୃଷ୍ଠ ସବୁବେଳେ ଶୁଷ୍କ ବୋଲି ଧାରଣା ରହିଛି। ହେଲେ ନିକଟ ଅତିତରେ ଅନେକ ଗବେଷଣାରେ ଚନ୍ଦ୍ରମାରେ ପାଣି ଥିବା ଅନୁମାନ କରାଯାଉଛି। ଆଗାମୀ ଦିନର ମହାକାଶ ବିଜ୍ଞାନ କ୍ଷେତ୍ରରେ ଅଧିକ ପରୀକ୍ଷଣ ପାଇଁ ଚନ୍ଦ୍ରକୁ ମହାକାଶ ବିଜ୍ଞାନୀଙ୍କୁ ପଠାଇବାକୁ ଚିନ୍ତା କରାଯାଉଛି। ଆଉ ଏଥିପାଇଁ ଚନ୍ଦ୍ରରେ ପାଣି ଖୋଜିବା ନିଶ୍ଚିତ ଭାବେ ଏକ ଗୁରୁତ୍ବପୂର୍ଣ୍ଣ ମିଶନ୍। ଯଦି ଜହ୍ନରେ ପାଣି ମିଳିଯାଏ, ତାହାଲେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ଏକ ଅଦ୍ଭୁତପୂର୍ବ ସଫଳତା ହେବ।
ଜହ୍ନରେ ପାଣି ଖୋଜିବ ‘ନାସା’
– ଜହ୍ନରେ ପାଣିର ସନ୍ଧାନ ପାଇଁ ନାସା ପଠାଇଲା ସ୍ବତନ୍ତ୍ର ଉପଗ୍ରହ
– ଲୁନାର୍ ଟ୍ରେଲବ୍ଲେଜର ନାମକ ସାଟାଲେଇଟ୍‌ର ସଫଳ ଉତ୍‌କ୍ଷେପଣ
– ୨୦୦ କିଲୋ ଓଜନର ଏହି ସାଟେଲାଇଟ୍‌ର ଲମ୍ବା ୧୧.୫ ଫୁଟ୍
– ଚନ୍ଦ୍ର ପୃଷ୍ଠରେ ପାଣି ଖୋଜିବ ଲୁନାର ଟ୍ରେଲବ୍ଲେଜର ଉପଗ୍ରହ
– ଚନ୍ଦ୍ରମାରେ ପାଣି ଥିବାର ପରୀକ୍ଷଣରୁ ତଥ୍ୟ ମିଳିଛି
– ଗରମ ସୂର୍ୟ୍ୟକିରଣ ପଡୁଥିବା ସ୍ଥାନରେ ପାଣି ଥିବାର ଅନୁମାନ କରାଯାଉଛି
– ଲୁନାର ପୋଲ୍‌ରେ ସୂର୍ୟ୍ୟକିରଣ ପଡୁନଥିବା ଥଣ୍ଡା ସ୍ଥାନରେ ଥାଇପାରେ ପାଣି
– ସୂର୍ୟ୍ୟ କିରଣ ପଡୁନଥିବା ସ୍ଥାନରେ ବରଫ ଆକାରରେ ଜଳ ଥିବା ସମ୍ଭାବନା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button