୨୦୨୪ରେ ଏହି ୩ ରାଶିର ଲୋକଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିବ – Utkal Mail
ନୂଆବର୍ଷ-୨୦୨୪ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଜ୍ୟୋତିଷଙ୍କ କଥା ମାନିବା ତ ଏହି ବର୍ଷ ଅନେକ ରାଶିର ଲୋକଙ୍କ ପାଇଁ ବେଶ୍ ଖାସ୍ ହେବାକୁ ଯାଉଛି। ନୂଆବର୍ଷ ଆସିବା ମାତ୍ରକେ ଆମେ ସମେସ୍ତ ବର୍ଷଟି ଆମ ପାଇଁ କିପରି ଯିବ ବୋଲି ଜାଣିବାକୁ ଉତ୍ସୁକତା ପ୍ରକାଶ କରିଥାନ୍ତି। ଏଥର ନୂଆ ବର୍ଷରେ ଦୀର୍ଘ ୩୦ ବର୍ଷ ପରେ ଘଟିବାକୁ ଯାଉଛି ଏକ ସଂଯୋଗ।
ଜାଣିବାକୁ ମିଳିଛି ଯେ ୨୦୨୪ରେ ଦୀର୍ଘ ୩୦ ବର୍ଷ ପରେ ଶନି ଓ ଶୁକ୍ରଙ୍କ ମଧ୍ୟରେ ଏକ ଅଦ୍ଭୂତ ସଂଯୋଗ ଘଟିବ। ଜ୍ୟୋତିଷଙ୍କ ଅନୁସାରେ ଶନି ଓ ଶୁକ୍ର ହେଉଛି ଦୁଇ ମିତ୍ର ଗ୍ରହ। ତେବେ ଏଥରର ଏହି ସଂଯୋଗ କାରଣରୁ କିଛି ରାଶିଧାରୀଙ୍କର ବିଶେଷ ଲାଭ ହେବ। ତେବେ ଚାଲନ୍ତୁ ଜାଣିବା ଆଗାମୀ ବର୍ଷ କେଉଁ ସବୁ ରାଶିର ଲୋକଙ୍କ ପାଇଁ ଭଲ ବେଳା ପଡୁଛି।
ଜାଣିବାକୁ ମିଳିିଛି ଯେ ଶନି ଓ ଶୁକ୍ରଙ୍କ ମଧ୍ୟରେ ଏହି ଅଦ୍ଭୂତ ସଂଯୋଗରେ ମେଷ, ବୃଷ ଓ ମକର ରାଶିକୁ ବେଶ୍ ଫାଇଦା ହେବ। ମେଷ ରାଶିର ଲୋକଙ୍କ କ୍ୟାରିୟର୍ ୨୦୨୪ ମସିହାରେ ଖୁବ୍ ଭଲ ରହିବ। ଆୟ ବି ବୃଦ୍ଧି ପାଇବ ମେଷ ରାଶିର ଲୋକଙ୍କର। ଦାମ୍ପତ୍ୟା ଜୀବନରେ ଖୁସି ମିଳିବ। କୌଣସି କାରବାରରେ ଭଲ ଫଳ ମିଳିବାର ଆଶା ରହିଛି।
ଏହି ନୂଆ ବର୍ଷରେ ବୃଷ ରାଶିର ଲୋକଙ୍କ ଭାଗ୍ୟ ଫିଟିବ। ବ୍ୟବହାର ବହୁତ ଭଲ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ସେହିପରି ମକର ରାଶିର ଲୋକଙ୍କ ପାଇଁ ୨୦୨୪ ଖୁବ୍ ଶୁଭ ହେବ। ଏହି ରାଶିର ଲୋକଙ୍କ ମନରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ନୂଆ ନୂଆ ଲୋକଙ୍କ ସହ ସାକ୍ଷାତ୍ ହେବ।
(ବି.ଦ୍ର. ସବୁକିଛି ପରେ ପରିଶ୍ରମ ହିଁ ରାଶି, ନକ୍ଷତ୍ର, ଭାଗ୍ୟ ସବୁକିଛି ବଦଳାଇପାରେ)