ଓଡିଶା

ଗଣେଶ ପୂଜା ଭସାଣିରେ ବାଣ ବିସ୍ଫୋରଣ: ଜଣେ ମୃତ

ମରକୋଟ : ନବରଙ୍ଗପୁର ଜିଲା ଉମରକୋଟ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଶିବାଜୀ ନଗର ଗଣେଶ ପୂଜା ଭସାଣିରେ ବା‌ଣ ଫୁଟାଇବା ସମୟରେ ବିସ୍ଫୋରଣ ଘଟି ଦୀପକ ହରିଜନଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଚିକିତ୍ସାରେ ବିଳମ୍ବ ଅଭିଯୋଗକୁ ନେଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଗଣେଶ ପୂଜା ଭସାଣି ସମୟରେ ବାଣ ଫୁଟା ଯାଉଥିଲା।

ସେହି ସମୟରେ ଅସାବଧାନତାରୁ ବ୍ୟାଗ୍‌ରେ ଥିବା ବାଣ ଭିତରେ ନିଆଁ ପଡ଼ିଯାଇଥିଲା। ବାଣ ବିସ୍ଫୋରଣ ଘଟି ଦୀପକଙ୍କ ସହ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଉଭୟଙ୍କୁ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଚିକିତ୍ସା ପରେ ଦୀପକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାରେ ବିଳମ୍ବରୁ ଦୀପକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣି ଶତାଧିକ ବ୍ୟକ୍ତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହୋ-ହଲ୍ଲା କରିଥିଲେ। ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଝରିଗଁା, ରାଇଘର ଓ ଡାବୁଗାଁ ଥାନାରୁ ପୁଲିସ ଅଣାଯାଇ ଉମରକୋଟ ସହର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୁତୟନ କରାଯାଇଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button