ଦେଶ ବିଦେଶ

କାରରେ ବସିଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ, କ୍ରେନରେ ଉଠାଇ ନେଇଗଲା ପୋଲିସ

ହାଇଦ୍ରାବାଦ: ପୋଲିସ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ଓ୍ବାଇଏସ୍ଆର୍ ପାର୍ଟିର ତେଲେଙ୍ଗାନା ମୁଖ୍ୟ ଶର୍ମିଳା ରେଡ୍ଡୀଙ୍କ କାରକୁ ଏକ କ୍ରେନ୍ ଦ୍ୱାରା ଉଠାଇ ନେଇଛି। ପୋଲିସ ଏକ କ୍ରେନ୍ ସାହାଯ୍ୟରେ ତାଙ୍କ କାରକୁ ଉଠାଇ ନେଉଥିବା ବେଳେ କାର ଭିତରେ ଶର୍ମିଳା ରେଡ୍ଡୀ ବସିଥିଲେ। ସୂଚନା ଅନୁଯାୟୀ, ଶର୍ମିଳା ରେଡ୍ଡୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ କାର ଭିତରେ ବସିଥିଲେ।

ହାଇଦ୍ରାବାଦ ସହରର ସୋମାଜିଗୁଡା ଅଞ୍ଚଳରେ ଏହି ଘଟଣା ଘଟିଛି । ଶର୍ମିଳା ରେଡ୍ଡୀ ଏଠାରେ କେସିଆରଙ୍କ ବାସଭବନ ଘେରା କରିବାକୁ ଘୋଷଣା କରିଥିଲେ। ଏହି ସମୟରେ ପୋଲିସ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା ​​। କିନ୍ତୁ ସେ ଗାଡିରୁ ଓହ୍ଲାଇ ନଥିଲେ । ଶର୍ମିଳା ଭିତରେ ବସିଥିଲେ ହିଁ ପୋଲିସ କ୍ରେନ ଦ୍ବାରା ତାଙ୍କ କାରକୁ ଟାଣି ନେଇଥିଲା ।

ଶର୍ମିଳା ରେଡ୍ଡୀ ଏବଂ ତାଙ୍କ ଦଳ ତରଫରୁ ମଙ୍ଗଳବାର ଜାରି ଏକ ପ୍ରେସ ବିବୃତିରେ କୁହାଯାଇଛି ଯେ ସୋମବାର ୱାରଙ୍ଗାଲ ଜିଲ୍ଲାରେ ଶର୍ମିଳା ରେଡ୍ଡୀ ଓ ଦଳୀୟ କର୍ମୀମାନଙ୍କ ପଦଯାତ୍ରା ସମୟରେ ତେଲେଙ୍ଗାନାର ଶାସକ ଦଳ ଟିଆରଏସର କର୍ମୀମାନେ ଆକ୍ରମଣ କରିଥିଲେ। ଏହା ବିରୋଧରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଶର୍ମିଲା ଯାଉଥିବା ବେଳେ ବାଟରେ ପୋଲିସ ତାଙ୍କ କାରକୁ ହାଇଦ୍ରାବାଦ ପୋଲିସ ଅଟକାଇଥିଲା । ପରେ ତାଙ୍କ ଗାଡିକୁ ଏସ୍ଆର ନଗର ପୋଲିସ ଥାନାକୁ ଜବରଦସ୍ତି ନେଇଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button