ଦଶପଲ୍ଲା-ଭଞ୍ଜନଗର ରାସ୍ତାରେ ଲୁଟେରା ଆତଙ୍କ, ପଥଚାରୀଙ୍କୁ ଆକ୍ରମଣ ପରେ ପୋଡିଦେଲେ ବାଇକ

ଦଶପଲ୍ଲା: ଦଶପଲ୍ଲା -ଭଞ୍ଜନଗର ରାସ୍ତାରେ ଲୁଟେରା ଆତଙ୍କ । ପଥଚାରୀଙ୍କୁ ଆକ୍ରମଣ ପରେ ପୋଡିଦେଲେ ବାଇକ। ଚାଳକ ଗୁରୁତର ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସାକେଣୀ ଗାଁ ନିକଟରେ ଘଟଣା ଘଟିଛି । ୮ଜଣ ଦୁର୍ବୃତ୍ତ କଳା ସ୍କର୍ପିଓରେ ଆସି ପଥଚାରୀଙ୍କୁ ଅଟକାଇଥିଲେ । ପରେ ବ୍ଲେଡ୍ ରେ ଆକ୍ରମଣ କରିଥିଲେ । ଏପରିକି ତାଙ୍କ ବାଇକ ମଧ୍ୟ ଜାଳିଦେଲେ । ଗୁରୁତର ବ୍ୟକ୍ତି ହେଲେ ଖଣ୍ଡପଡା ଗାଁର ଜଟିଆ ବେହେରା । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଦଶପଲ୍ଲା- ଭଞ୍ଜନଗର ରାସ୍ତାର ଦଶପଲ୍ଲା ଥାନା ସାକେଣୀ ନିକଟରେ ଆତଙ୍କ ରଚିଛନ୍ତି ଦୁର୍ବୃତ୍ତ । ଏକ ବାଇକ୍ ରେ ଯାଉଥିବା ତିନିଜଣ ବ୍ୟବସାୟୀଙ୍କୁ ପ୍ରାୟ ୮ଜଣ ଦୁର୍ବୃତ୍ତ ବୋଲେରୋରେ ଆସି ଅଟକାଇବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି । ଘଟଣା ସ୍ଥଳରୁ ଦୁଇ ବ୍ୟବସାୟୀ ଖସି ଯାଇଥିବା ବେଳେ ଜଣଙ୍କୁ ଅତି ଅମାନବୀୟ ଭାବରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିଛନ୍ତି । ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ବାଇକ୍ କୁ ଜାଳି ଦେଇଛନ୍ତି । ଏପରିକି ବ୍ୟବସାୟୀଙ୍କ ଠାରୁ ମୋବାଇଲ ଓ ନଗଦ ୭୨୦୦ ଟଙ୍କା ଲୁଟି ନେଇଥିବା ବ୍ୟବସାୟୀ ଜଣଙ୍କ ଅଭିଯୋଗ ଆଣିଛନ୍ତି । ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀମାନେ ହେଲେ ଦଶପଲ୍ଲା ଏନଏସି ଅଧୀନସ୍ଥ ଖଣ୍ଡପଡ଼ା ଗ୍ରାମର ଜଟିଆ ବେହେରା ।