ଜୀବନଶୈଳୀ

ଦୁନିଆର ସବୁଠୁ ଧନୀ ବ୍ୟକ୍ତି ହେବା ସତ୍ଵେ ବି ସେ ନିଜର ଖାଇବା ବାସନ ନିଜେ ସଫା କରନ୍ତି, ରହିଛି ଏହି ଖାସ କାରଣ

କୋଟି କୋଟି ଟଙ୍କା ରୋଜଗାର କରୁଥିବା ଲୋକମାନଙ୍କ ଜୀବନରେ ସବୁ ପ୍ରକାର ସୁଖ ସୁବିଧା ଥାଏ । ତାଙ୍କ ଘର – ଅଫିସରେ କାମ କରୁଥିବା ଚାକରମାନଙ୍କ କୌଣସି ଅଭାବ ନ ଥାଏ । ସେମାନେ ନିଜର ଜୀବନରେ ସବୁ ପ୍ରକାରର ଖୁସି ହାସଲ କରିବା ପାଇଁ ବିଭିନ୍ନ ପ୍ରକାରର ଜିନିଷ କ୍ରୟ କରିଥାନ୍ତି ଓ ବିଭିନ୍ନ ପ୍ରକାରର ଖାଦ୍ୟର ସେବନ ବି କରିଥାନ୍ତି । ଧନୀ ଲୋକମାନେ ନିଜର ଲାଇଫ ଷ୍ଟାଇଲ ବହୁତ ଏନଜୟ କରନ୍ତି ।

କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ କି ଲକ୍ଷ ଲକ୍ଷ ଲୋକଙ୍କୁ ଚାକିରି ଦେଉଥିବା ଓ ଲକ୍ଷ ଲକ୍ଷ କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତି ଲୋକ ଯଦି ନିଜ ଖାଇବାର ବାସନ ନିଜେ ସଫା କରିଥାଏ ଏବଂ ନିଜ ଘରକୁ ପରିଷ୍କାର ନିଜେ କରୁଥିବ ତେବେ ଆପଣଙ୍କୁ ଏହି କଥାକୁ ବିଶ୍ଵାସ କରିବେ ନାହିଁ । କିନ୍ତୁ ଏହା ସତ ଅଟେ । ଯେମିତି କି ଦୁନିଆରେ ସବୁଠୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ବିଲ ଗେଟ୍ସ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଥିଲେ ।

କିନ୍ତୁ ବର୍ତ୍ତମାନ ସମୟରେ ସେ ଦୁନିଆର ଦ୍ଵିତୀୟ ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି । ଦୁନିଆର ସବୁଠୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରେ ଅନ୍ୟତମ ବିଲ ଗେଟ୍ସ ଏକ ଇଣ୍ଟରଭିୟୁରେ ପ୍ରକାଶ କରିଥିଲେ କି ସେ ସବୁଦିନ ରାତିରେ ନିଜ ପରିବାରର ସଦସ୍ୟମାନଙ୍କ ଅଇଁଠା ବାସନ ସଫା କରନ୍ତି ଏବଂ ଏହି କାମରେ ତାଙ୍କ ସ୍ତ୍ରୀ ତାଙ୍କୁ ସାହାଯ୍ୟ କରନ୍ତି । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ସେ କେବେ ବି ଚାକରମାନଙ୍କ ଦ୍ଵାରା ରାତିରେ ନିଜ ଅଇଁଠା ବାସନ ସଫା କରାନ୍ତି ନାହିଁ ।

କିଛି ଦିନ ପୂର୍ବେ ହିଁ ଏକ ପତ୍ରିକାକୁ ଦେଇ ଥିବା ଏକ ଇଣ୍ଟରଭିୟୁରେ ସେ କହିଥିଲେ କି ସେ ଗତ ୨୫ ବର୍ଷ ହେବ ନିଜର ସ୍ତ୍ରୀ ମିଲିଣ୍ଡା ଗେଟ୍ସଙ୍କ ସହ ମିଶି ରାତିରେ ଅଇଁଠା ବାସନ ଧୁଅନ୍ତି । ମିଲିଣ୍ଡା ଗେଟ୍ସଙ୍କ ଅନୁସାରେ ରାତିରେ ଅଇଁଠା ବାସନ ଧୋଇବାର ଏକ କାରଣ ଅଛି । କହିବାକୁ ଗଲେ ଏହି ସମୟରେ ଦମ୍ପତ୍ତିଙ୍କୁ ପରସ୍ପର ସହିତ କଥାବାର୍ତ୍ତା କରିବା ପାଇଁ ସମୟ ମିଳିଥାଏ । ବିଲ ଗେଟ୍ସଙ୍କ କହିବା ଅଟେ କି ପରିବାରର ଅଇଁଠା ବାସନ ଧୋଇବା ପାଇଁ ୧୫ – ୨୦ ମିନିଟ ସମୟ ଲାଗିଥାଏ ।

ଏହି ସମୟରେ ସେ ନିଜର ସ୍ତ୍ରୀଙ୍କ ସହିତ ଥଟ୍ଟା ଓ କିଛି କଥାବାର୍ତ୍ତା କରି ସମୟ ବ୍ୟତୀତ କରିବାକୁ ପସନ୍ଦ କରନ୍ତି । ଆପଣଙ୍କୁ କହିଦେଉଛୁ କି ଦୁନିଆରେ ସବୁଠୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରେ ବିଲ ଗେଟ୍ସଙ୍କ ନାମ ନିଆଯାଏ । ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ ଗେଟ୍ସଙ୍କ ମୋଟ ସମ୍ପତ୍ତି ପାଖାପାଖି ୯୮ ବିଲିୟନ ଡଲାର ଅଟେ । କିନ୍ତୁ ବର୍ତ୍ତମାନ ସମୟରେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଆମାଜନର ପ୍ରମୁଖ ଜେଫ ବେଜୋସ ଅଟନ୍ତି ଓ ତାଙ୍କର ମୋଟ ସମ୍ପତ୍ତିର ଓ ବିଲ ଗେଟ୍ପଙ୍କ ମୋଟ ସମ୍ପତ୍ତି ମଧ୍ୟରେ ଅଳ୍ପ ପାର୍ଥକ୍ୟ ଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button