ଓଡିଶା

ବିଏମ୍‌ସିର ଷ୍ଟ୍ରିଟ୍‌ ଲାଇଟ୍‌ ଆକ୍ସନପ୍ଲାନ୍‌ ଅନୁମୋଦିତ

ଭୁବନେଶ୍ବର: ଷ୍ଟ୍ରିଟ୍ ଲାଇଟ୍ ପରିଚାଳନାକୁ ନେଇ ବିଏମ୍ସି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ନୂଆ ଷ୍ଟ୍ରିଟ୍ ଲାଇଟ୍ ଓ ହାଇମାଷ୍ଟ ଲଗାଇବା ସହ ଭଙ୍ଗା ଦଦରା ଖୁଣ୍ଟି ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଆକ୍ସନ ପ୍ଲାନ୍ ୨୦୨୪-୨୫କୁ କର୍ପୋରେସନ ମୋହର ମାରିଛି। ଏଥିରେ ପ୍ରାୟ ୧୧କୋଟି(୧୦କୋଟି ୯୯ ଲକ୍ଷ ୩୦ ହଜାର ୩୦୩) ଟଙ୍କା ବ୍ୟୟବରାଦ ହୋଇଛି।

ଆସନ୍ତା ଏପ୍ରିଲ୍ ସୁଦ୍ଧା ବିଏମ୍ସି ଷ୍ଟ୍ରିଟ୍ ଲାଇଟ୍ ପାଇଁ ଏହି ଅର୍ଥ ଖର୍ଚ୍ଚ କରିବ।

ନିଷ୍ପତ୍ତି ମୁତାବକ, ଯେଉଁ ସବୁ ଲାଇଟ୍ ଲାଗିବାକୁ ଅଛି ସେ ସବୁ ଆଇଏସ୍ଆଇ ମାର୍କା ଲାଗିବ। ହାଇମାଷ୍ଟ ଲାଇଟ୍ଗୁଡ଼ିକ ମେୟରଙ୍କ ଅନୁମୋଦନ ବିନା ସ୍ଥାପନ କରାଯିବ ନାହିଁ। କେଉଁ ୱାର୍ଡରେ କେତେ ଇଲେକ୍ଟ୍ରି ଖୁଣ୍ଟ ଓ ଲାଇଟ୍ ଠିକାଦାର ଲଗାଇଛି ତାହାକୁ ସମ୍ପୃକ୍ତ ୱାର୍ଡର କର୍ପୋରେଟର ନିଶ୍ଚିତ କରିବେ ବା ଲିଖିତ ଭାବେ ଅବଗତ କରାଇବେ। ତେବେ କର୍ପୋରେସନ ନେଇଥିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି, ଚଳିତବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ଠିକାଦାର ପ୍ରତ୍ୟେକ ଖୁଣ୍ଟିରେ ଟାଇମର୍ ଲଗାଇବ। କାରଣ ଅନେକ ଖୁଣ୍ଟିରେ ଟାଇମର ଭୁଲ୍ ଥିବାରୁ ରାତିରେ ଅନ୍ଧାର ରହୁଥିବା ବେଳେ ଦିନରେ ଲାଇଟ୍ ଜଳୁଛି। ଆଉ କେତେକ ଜାଗାରେ ବିଲକୁଲ ନଥିବାରୁ ସନ୍ଧ୍ୟା ହେଲେ କର୍ମଚାରୀ ବୁଲି ବୁଲି ହାତରେ ଲାଇଟ୍ ଜଳାଉଛନ୍ତି ଓ ସକାଳେ ଲିଭାଉଛନ୍ତି।

ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି, ଷ୍ଟ୍ରିଟ୍ଲାଇଟ୍କୁ ନେଇ ରହିଥିବା ଅଭିଯୋଗ ଶୁଣିବା ପାଇଁ ଏକ ସ୍ବତନ୍ତ୍ର ଟୋଲ୍ ଫ୍ରି ନମ୍ବର ଜାରି କରାଯିବ। ଅଭିଯୋଗ ଶୁଣିବା ପାଇଁ ଯେଉଁ ସବୁ ବ୍ୟବସ୍ଥା ଅଛି, ତା’ଠାରୁ ସ୍ବତନ୍ତ୍ର ଭାବେ ଏହି ଟୋଲ୍ ଫ୍ରି ନମ୍ବର ଚଳିତ ମାସ କର୍ପୋରେସନ ବୈଠକ ପୂର୍ବରୁ ସର୍ବସାଧାରଣରେ ଜାରି କରାଯିବ। ଆସନ୍ତା ୩୦ ତାରିଖ ବା ବୁଧବାର କର୍ପୋରେସନ ବୈଠକ ବସିବାକୁ ଯାଉଛି। ବୁଧବାର ପୂର୍ବରୁ ବିଏମ୍ସି ବିଭିନ୍ନ ଖବରକାଗଜ ମାଧ୍ୟମରେ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି। ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ସମାଧାନ ନହେଲେ ଠିକାଦାର ଜରିମାନା ଦେବେ ବା ତାଙ୍କ ବିଲ୍ରୁ ଏହି ଜରିମାନା ଅର୍ଥ କାଟି ଦିଆଯିବ।

ସୂଚନାଯୋଗ୍ୟ, ୱାର୍ଡ ନଂ ୫୬ରୁ ୬୭(୧୨ଟି ୱାର୍ଡରେ) ସର୍ବାଧିକ ୧କୋଟି ୭୦ ଲକ୍ଷ ବ୍ୟୟବରାଦ ହୋଇଥିବା ବେଳେ ୱାର୍ଡ ନଂ ୩୨ରୁ ୪୩(୧୨ଟି ୱାର୍ଡ)ରେ ୧ କୋଟି ୪୮ ଲକ୍ଷ ୫୨ ହଜାର, ୧୫ରୁ ୨୨ରେ ୧କୋଟି ୪୫ ଲକ୍ଷ, ୧୦ରୁ ୧୪ରେ ୧କୋଟି ୩୮ଲକ୍ଷ, ୧ରୁ ୯ରେ ୧କୋଟି ୩୬ଲକ୍ଷ, ୪୪ରୁ ୫୫ରେ ୧କୋଟି ୨୯ ଲକ୍ଷ, କେନାଲ୍ ରୋଡ୍ ଉଭୟପାର୍ଶ୍ବ(ନୂଆ)ରେ ନୂଆ ଷ୍ଟ୍ରିଟ୍ଲାଇଟ୍ ବ୍ୟବସ୍ଥା ପାଇଁ ୮୮ଲକ୍ଷ ୪୭ ହଜାର, ମାଷ୍ଟର କ୍ୟାଣ୍ଟିନ୍ରୁ ପିଏମ୍ଜି ଯାଏଁ ନୂଆଖୁଣ୍ଟ ପାଇଁ ୧୬ଲକ୍ଷ ୨୮ ହଜାର ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ହାଇମାଷ୍ଟ ଲାଇଟ୍(ନୂଆ ୧୨.୫ମିଟର ଉଚ୍ଚା) ପାଇଁ ୧କୋଟି ୨୫ ଲକ୍ଷ ଟଙ୍କାର ବ୍ୟବରାଦ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button