ପାଟଣା: ଆଜି ଫ୍ଲୋର ଟେଷ୍ଟ। ବିହାର ବିଧାନସଭାରେ ଆଜି ବହୁମତ ପରୀକ୍ଷା ଦେବେ ନୀତିଶ- ତେଜସ୍ୱୀ ମହାମେଣ୍ଟ ସରକାର। ତା ପୂର୍ବରୁ ଆଜି ସକାଳୁ ସକାଳୁ ପାଟନାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଂ ସିବିଆଇର ରେଡ୍ । ଗଠବନ୍ଧନ ସରକାରରେ ଥିବା ରାଷ୍ଟ୍ରୀୟ ଜନତା ଦଳ ଆରଜେଡିର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂହଙ୍କ ଘରେ ରେଡ୍ କରିଛି । ସୁନୀଲ ସିଂହ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଅତି ଘନିଷ୍ଠ ବୋଲି କୁହାଯାଉଛି। ରେଲୱେରେ ନିଯୁକ୍ତି ଏବଂ ଜମି ଜାଲିଆତି ମାମଲାରେ ସିବିଆଇ ରେଡ୍ କରୁଛି । ଉଦ୍ଦେଶ୍ୟମୂଳକ ଭାବେ ସିବିଆଇ ରେଡ୍ କରିଛି। ଆରଜେଡି ବିଧାୟକଙ୍କୁ ଜାଣିଶୁଣି ହଇରାଣ ହରକତ ଏବଂ ଡରାଇବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ସୁନୀଲ ସିଂହ।
Related Articles

୧୨ଜଣ ଲୋକ ଅଛନ୍ତି ପରିବାରରେ କିନ୍ତୁ ମିଳିଲା କେବଳ ୧ଭୋଟ, ନିର୍ବାଚନ ସେଣ୍ଟରରେ ହିଁ କାନ୍ଦିବାକୁ ଲାଗିଲେ ପାର୍ଥି
August 15, 2025

‘କଶ୍ମୀର ଫାଇଲ୍ସ’ ସିନେମା ଉପରେ କଂଗ୍ରେସର ବଡ଼ ବୟାନ, କହିଲେ- ପଣ୍ଡିତ ତ ୪୦୦ ହିଁ ମରିଛନ୍ତି, ମୁସଲମାନ ୧୫୦୦୦ ମରି ଯାଇଥିଲେ
August 14, 2025