ବ୍ୟବସାୟ

ସେଂଟ-ଗୋବାଇନ ଇିଆର ଓଡ଼ିଶାରେ ପ୍ରଥମ ଏକ୍ସକ୍ଲୁସିଭ “ମାଇଁହୋମ’ ଶୁଭାରମ୍ଭ

ଭୁବନେଶ୍ୱର : ସେଂଟ-ଗୋବାଇନ ମେକିଂ ଦ ୱାର୍ଲ୍ଡ ଏ ବେଟର ହୋମ୍ କରିବା ଲକ୍ଷ୍ୟ ନେଇ ଆଲୋକିତ ଏବଂ ନିରନ୍ତର ଦୀର୍ଘସ୍ଥାୟୀ ନିର୍ମାଣ କ୍ଷେତ୍ରରେ ବିଶ୍ୱବ୍ୟାପୀ ଅଗ୍ରଣୀ ରହିଛି । ଭାରତର ୧.୩୫ ବିଲିୟନ ଲୋକ ବାସ କରୁଛନ୍ତି ଏବଂ ବର୍ତମାନର ସହରୀକରଣ ସ୍ତର ୩୨ ପ୍ରତିଶତ ଥିବାବେଳେ ଆଗାମୀ ବର୍ଷଗୁଡ଼ିକରେ ହଜାର ହଜାର ଘର ନିର୍ମାଣର ଆବଶ୍ୟକତା ରହିଛି । ମହାମାରୀ ଘରଗୁଡିକୁ ଆମର ଅସ୍ତିତ୍ୱର କେନ୍ଦ୍ର କରିପାରିଛି ଯେହେତୁ ଆମେ ନିଜ ଘରୁ କାମ କରିବା ସହିତ ପାଠପଢ଼ା ମଧ୍ୟ ଜାରି ରଖିଥିଲୁ । ଦ୍ରୁତ ଗତିରେ ଘରଗୁଡ଼ିକର ସମାଧାନ ପାଇଁ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ସେଂଟ-ଗୋବାଇନ ଅନେକ ଏ-ଟୁ-ଏ ଏବଂ ଅଭିନବ ସମାଧାନର ବିକାଶ କରିଛି । ସେଥିମଧ୍ୟରେ ଶୱାର୍ କ୍ୟୁବିକଲ, ୱିୋଜ, କିଚେନ ଶଟର, ୱାର୍ଡ୍ରୋବ ଶଟର, ଏଲଇଡି ଦର୍ପଣ, ଗ୍ଲାସ ରାଇଟିଂ ବୋର୍ଡ, ଜିପ୍ରୋକ ସିଲିଂ, ଡ୍ରାଇୱାଲ ସହିତ ଅନ୍ୟାନ୍ୟ ସମାଧାନ ମଧ୍ୟରେ ଟାଇଲ ଆ ଗ୍ରାଉଟିଙ୍ଗ ସଲ୍ୟୁସନ, ଜିପସମ ପ୍ଲାଷ୍ଟର, କେତେକ ର୍ନିିଷ୍ଟ ଟିଡ୍ ରୁଫିଂ ଶିଙ୍ଗଲ୍ସ ଏବଂ ନୋଭେଲିଓ ୱାଲ କଭରିଙ୍ଗ ଆଦି ରହିଛି । ସେଂଟ-ଗୋବାଇନ ଏହି ସମସ୍ତ ସମାଧାନଗୁଡିକ ମାଇଁ ହୋମ ଅନ୍ତର୍ଗତ ଆଣିଛି । ୱାନ ଷ୍ଟପ ଫିଜିଟାଲ ବ୍ୟବସାୟ ମଡେଲ, ଡିଜାଇନ ଠାରୁ ସଂସ୍ଥାପନ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଆବଶ୍ୟକ ସମାଧାନ ଏହା ପ୍ରଦାନ କରିଥାଏ ।
ଭୁବନେଶ୍ୱରର ରିଏଲ ଇଷ୍ଟେଟ କ୍ଷେତ୍ରରେ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ୨୦୨୨ ମସିହାରେ ଏହାର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ନୀତି ସଂସ୍କାର କାରଣରୁ ବିଲଡରମାନେ ଭୁବନେଶ୍ୱରରେ ଆବାସିକ ସମ୍ପତି ଏବଂ କମ ଇଏମ୍‌ଆଇ ହାର, ଆବାସିକ ଯୋଜନା କରିବାକୁ ଯୋଜନା କରିଥିଲେ । ରିଏଲ ଇଷ୍ଟେଟ ବ୍ୟବସାୟ ବଢ଼ିବା ଯୋଗୁ ଘର କ୍ରେତାଙ୍କ ପାଇଁ ଏକ ଆକର୍ଷଣୀୟ ସୁଯୋଗ ସୃଷ୍ଟି ହୋଇଛି । ରାଜ୍ୟର ସମସ୍ତ ରିଅଲ ଇଷ୍ଟେଟ କାର୍ଯ୍ୟକଳାପ ଭୁବନେଶ୍ୱର ସହରରେ ପ୍ରାୟ ୮୦ ପ୍ରତିଶତ । ଘରର ସମାଧାନ ପାଇଁ ଏହି ଅଂଚଳର ଚାହିଦା ମେଂଟାଇବା ପାଇଁ ସେଂଟ-ଗୋବାଇନ ଇିଆ ଓଡିଶାର ରାଜଧାନୀ ତଥା ବୃହତମ ସହର ଭୁବନେଶ୍ୱରରେ ନିଜର ମାଇଁ ହୋମ୍ ଷ୍ଟୋର୍ ଖୋଲିଛି । ଏହା ଭୁବନେଶ୍ୱରର ପଟିଆ ସ୍ଥିତ କାବ୍ୟ ଏଂଟରପ୍ରାଇଜ, ୩ୟ ମହଲା, ଗାଲାକ୍ସି ମଲରେ ରହିଛି ।
ଏହି ଅବସରରେ ସେଂଟ-ଗୋବାଇନ ଇଣ୍ଡିଆ ପିଭି ଲିମିଟେଡର କାର୍ଯ୍ୟନିର୍ବାହୀ ନିେର୍ଦ୍ଦେଶକ ହେମନ୍ତ ଖୁରାନା, ବ୍ୟବସାୟ ମୁଖ୍ୟ ଶ୍ରୀହରି କେ, ଷ୍ଟୋର ମାଲିକ ଶରଦ ପୃଷ୍ଟି ଓ ଶ୍ରୀମତୀ ପ୍ରିୟଙ୍କା ସାହୁ କହିଛନ୍ତି, ଆମେ ଆଶା କରୁଛୁ ଯେ ଭୁବନେଶ୍ୱରରେ ମାଇଁହୋମ ଶୋ’ରୁମ ଶୁଭାରମ୍ଭ ଗ୍ରାହକମାନଙ୍କ ପାଇଁ ଗୁଣାତ୍ମକ ଘରୋଇ ସମାଧାନ ଯୋଗାଇବାକୁ ସହଜ କରିବ । ଏହି ରାଜ୍ୟରେ ହୋମ ସଲ୍ୟୁଶନ ଇଣ୍ଡଷ୍ଟ୍ରି ଖରାପ ସ୍ଥିତିରେ ରହିଛି । ଆମେ ଚାହୁଁ ଯେ ବ୍ରାଣ୍ଡ ମାଇଁହୋମ ସେମାନଙ୍କ ଘର ସଜାଇବା ବିଷୟ ଚିନ୍ତା ସମୟରେ ପ୍ରଥମ ସ୍ଥାନ ଅଧିକାର କରୁ । ସେଂଟ-ଗୋବାଇନ ଇଣ୍ଡିଆକୁ ଯଥାସମ୍ଭବ ଗ୍ରାହକଙ୍କ ପାଖରେ ପହଂଚାଇବାରେ ଏହି ଶୁଭାରମ୍ଭ ଗୁରୁତ୍ୱର୍ପୂ । ଆମେ ହଜାର ହଜାର ନୂତନ ଘର ଡିଜାଇନ କରିବାର ସୁଯୋଗକୁ ଅପେକ୍ଷା କରିଛୁ ।

Related Articles

Leave a Reply

Your email address will not be published. Required fields are marked *

Back to top button