ସ୍ୱାସ୍ଥ୍ୟ

ଶୁଷ୍କ କେଶରୁ ରକ୍ଷା କରେ ଏହିସବୁ ଉପାୟ, ଜାଣନ୍ତୁ କ’ଣ ?

ଶୀତଦିନ ଆସିବା ମାତ୍ରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ସେହିପରି ଭାବେ ଶୀତଦିନେ ହେଉଥିବା ଥଣ୍ଡା ଓ ପବନ ଯୋଗୁ କେଶ ସମସ୍ୟା ମଧ୍ୟ ଦେଖାଯାଇଥାଏ। ଅଧିକ ଥଣ୍ଡା ଲାଗିବା ହେତୁ କେଶର ଆଦ୍ରତା କମ ହୋଇଯାଇଥାଏ, ଯାହାଫଳରେ କେଶ ଶୁଷ୍କ ହୋଇଯାଏ। କେଶ ଶୁଷ୍କ ହେବା ଦ୍ୱାରା ବିୟୁଟି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି କାରଣରୁ ବାହାରକୁ ଯିବା ସମୟରେ ଆମକୁ ମୁଣ୍ଡ ଘୋଡେଇ ଯିବାକୁ ପଡିଥାଏ। ତାହେଲେ ଆସନ୍ତୁ ଜାଣିବା ଶୀତଦିନରେ ନିଜ କେଶକୁ ଶୁଷ୍କ ହେବାରୁ କିପରି ରକ୍ଷା କରିବା ଏବଂ ଏଥିପାଇଁ ଆମକୁ କ’ଣ କରିବାକୁ ପଡିବ ।

କିପରି କେଶକୁ ଶୁଷ୍କ ହେବାରୁ ରକ୍ଷା କରିବେ :

dry-hairଆପଣମାନେ ଜାଣିଥିବେ ଅନେକ ଲୋକ କେଶରେ ତେଲ ଲଗାଇବା ଠାରୁ ଦୂରେଇ ରହିଥାନ୍ତି। କିନ୍ତୁ ଏପରି କରିବା ଭୁଲ୍‌ ହୋଇଥାଏ। କିନ୍ତୁ ଶୀତଦିନରେ କେଶର ଆଦ୍ରତା ବଜାୟ ରଖିବା ପାଇଁ ନିୟମିତ ଭାବେ ତେଲ ବ୍ୟବହାର କରନ୍ତୁ। ନଡିଆ ତେଲ, ବାଦାମ ତେଲ ଏବଂ ଅଲିଭ୍‌ ଅଏଲେ କେଶକୁ ମଶ୍ଚରାଇଜ୍‌ କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ଆପଣ ନିୟମିତ ଭାବେ କେଶରେ ତେଲ ଲଗାଇବା ଉଚିତ।

ସେହିଭଳି ଶୀତଦିନେ ଉଷୁମ ପାଣିରେ କେଶ ଧୋଇଲେ ଶୁଷ୍କତା କମିଥାଏ। କିନ୍ତୁ ପାଣି ଯେପରି ଅଧିକ ଗରମ ନଥିବ ସେଥିପ୍ରତି ଧ୍ୟାନ ରଖିବେ। ନଚେତ ଆପଣଙ୍କ କେଶ ନଷ୍ଟ ହେବା ସହ ମୁଣ୍ଡର ଚର୍ମ ମଧ୍ୟ ଖରାପ ହୋଇପାରେ । ଏଥିସହ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଭଲ ଖାଦ୍ୟ ଖାଇବା ଆମ ଶରୀର ପାଇଁ ଉପଯୋଗୀ ହୋଇଥାଏ । ଯଦି ଆପଣ ନିଜ କେଶକୁ ଭଲ ଏବଂ ସୁନ୍ଦର ରଖିବାକୁ ଚାହୁଁଛନ୍ତି, ତାହେଲେ ଆପଣ ନିଜର ପ୍ରତିଦିନ ଖାଦ୍ୟରେ ଫଳ ଓ ପନିପରିବା ସାମିଲ କରନ୍ତୁ। କାରଣ ଅଧିକ ପରିମାଣରେ ଭିଟାମିନ ଏବଂ ମିନେରାଲ୍ସ କେଶର ଆଦ୍ରତା ବଜାୟ ରଖିବାରେ ସାହାଯ୍ୟ କରେ।

ବର୍ତ୍ତମାନ କେଶ ସଫା କରିବା ପାଇଁ ସାମ୍ପୁର ବ୍ୟବହାର ଜରୁରୀ ହୋଇଗଲାଣି । କିନ୍ତୁ ଆପଣ ଯଦି ଅଧିକ କେମିକାଲ ମିଶ୍ରିତ ପ୍ରଡକ୍ଟ ବ୍ୟବହାର କରନ୍ତି, ତେବେ ଆପଣଙ୍କ କେଶ ନଷ୍ଟ ହୋଇପାରେ । ସେଥିପାଇଁ ଆପଣ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ କେଶରେ ମାଇଲ୍ଡ ସାମ୍ପୁ ବ୍ୟବହାର କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ କେଶ ଶୁଷ୍କତାରୁ ରକ୍ଷା ପାଇପାରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button