ଦେଶ ବିଦେଶ

ବୋତଲର କଲର ଦୂର କରିଥାଏ ଅନେକ ସମସ୍ୟା, ଜାଣନ୍ତୁ କେଉଁ ରୋଗ ପାଇଁ କେଉଁ ରଙ୍ଗର ବୋତଲରେ ପାଣି ପିଇବା ଉଚିତ

ପ୍ରାଚୀନ କାଳରୁ ଚିକିତ୍ସା ପାଇଁ ରଙ୍ଗର ପ୍ରୟୋଗ ହୋଇଆସୁଥିଲେ ମଧ୍ୟ ଏହା ଆଜି ବି ଉପଯୋଗୀ ହୋଇପାରିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ ନେଚରପାଥିର ସୂର୍ଯ୍ୟ କିରଣ ଚିକିତ୍ସାରେ ନାଲି, ହଳଦିଆ, ନାରଙ୍ଗୀ, ସବୁଜ, ବାଇଗଣୀ ଏବଂ ନୀଳ ରଙ୍ଗ ଦ୍ୱାରା ଚିକିତ୍ସା କରାଯାଇଥାଏ।

ଜାଣନ୍ତୁ କିପରି ହୋଇଥାଏ ଚିକିତ୍ସା:

ନେଚରପାଥିରେ ରୋଗ ଅନୁସାରେ ରଙ୍ଗୀନ କାଚ ବୋତଲ ଚୟନ କରାଯାଇଥାଏ। ଏଥିରେ ଏହି ରଙ୍ଗର କାଚ ବୋତଲରେ ପାଣି ଭର୍ତ୍ତି କରି ସେଥିରେ ବାଡ଼ିର ଘୋଡଣି ଦେଇ ସୂର୍ଯ୍ୟୋଦୟ ସମୟରେ ବେତ ପଟି ଉପରେ ରଖିଦିଆଯାଇଥାଏ ଏବଂ ସୂର୍ଯ୍ୟାସ୍ତ ସମୟରେ ଏହି ପାଣିକୁ ଉଠାଇ ଦିଆଯାଇଥାଏ। ଏହି ପାଣିକୁ ଆପଣ ଦିନରେ କୌଣସି ବି ସମୟରେ ପିଇ ପାରିବେ। ଏହି ଉପାୟ ଅନେକ ପ୍ରକାର ରୋଗ ଦୂର କରିଥାଏ।

111

ଜାଣନ୍ତୁ କେଉଁ ରୋଗ ପାଇଁ କେଉଁ ରଙ୍ଗର ବୋତଲ ଲାଭକାରୀ:

ଯଦି ଆପଣଙ୍କର ଥଣ୍ଡା, କାଶ ଏବଂ ଜ୍ୱର ହୋଇଥାଏ ତେବେ ଆପଣ ନାଲି, ହଳଦିଆ ଏବଂ ନାରଙ୍ଗୀ ରଙ୍ଗର ବୋତଲରେ ପାଣି ଭର୍ତ୍ତି କରି ସେବନ କରନ୍ତୁ। ସେହିପରି ଯଦି ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବାକୁ ଚାହୁଁଛନ୍ତି ତେବେ ସବୁଜ ରଙ୍ଗର ବୋତଲ ବ୍ୟବହାର କରନ୍ତୁ। ଏହାବ୍ୟତୀତ ନୀଳ, ଆକାଶିଆ ଏବଂ ବାଇଗଣୀ ରଙ୍ଗର ବୋତଲରେ ପାଣି ପିଇବା ଦ୍ୱାରା ଏସିଡିଟି, ଅଲସର, ଉଚ୍ଚ ରକ୍ତଚାପ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button