ରାଜନୀତି

ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ: ଡିସେମ୍ବର ୯ ଯାଏ ଆବେଦନ କରି ପାରିବେ ଭୋଟର – Utkal Mail


ଭୁବନେଶ୍ବର: ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଆଜିଠାରୁ ଆରମ୍ଭ ହେଲା ପ୍ରକ୍ରିୟା । ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଆଜିଠାରୁ ଆରମ୍ଭ ହେଲା ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ । ୨୦୨୩ ଡିସେମ୍ବର ୯ ଯାଏ ଆବେଦନ କରି ପାରିବେ ଭୋଟର । ୨୦୨୪ ଜାନୁଆରି ପହିଲା ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାରେ ରହିପାରିବ । ଅନଲାଇନ୍ ଓ ଅଫଲାଇନରେ ହୋଇପାରିବ ଆବେଦନ । ଅଧିକ ସହାୟତା ପାଇଁ ୧୯୫୦କୁ କଲ କରିପାରିବେ ।

ଫର୍ମ -୬ରେ ନୂଆ ଆବେଦନ, ଫର୍ମ – ୭ ରେ ନାମ ଯୋଗ ଓ ବିଯୋଗ କରିହେବ । ସେହିପରି ଫର୍ମ- ୮ ରେ ତ୍ରୁଟି ସଂଶୋଧନ ହୋଇପାରିବ। ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ ଓ ବୁଥ ସ୍ତରୀୟ ଅଧିକାରୀଙ୍କୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ୨୦୨୩ ଜାନୁଆରୀ ୫ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ଓଡ଼ିଶାରେ ବୁଥ ସଂଖ୍ୟା ଥିଲା ୩୭ ହଜାର ୬୦୬ । ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ବୁଥ ସଂଖ୍ୟା ବଢ଼ି ୩୭ ହଜାର ୮୦୯ ରେ ପହଞ୍ଚିଛି।

ଗତବର୍ଷ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ୨୦୨୩ ଜାନୁଆରି ପହିଲା ସୁଦ୍ଧା ରାଜ୍ୟରେ ମୋଟ ଭୋଟର ସଂଖ୍ୟା ଥିଲା ୩ କୋଟି ୨୩ ଲକ୍ଷ ୫୨ ହଜାର ୧୧୯ । ଶେଷ ସଂଶୋଧନ ସୁଦ୍ଧା ରାଜ୍ୟର ଭୋଟର ସଂଖ୍ୟା ୩ ଲକ୍ଷ ୦୩ ହଜାର ୦୯୪ ବା ୦.୯୪% ବଢି ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩ ରେ ପହଞ୍ଚିଛି । ଏବେ ରାଜ୍ୟରେ ପୁରୁଷ-ମହିଳା ଭୋଟର ହାର ବଢ଼ି ପ୍ରତି ହଜାରେ ପୁରୁଷରେ ୯୬୧ରୁ ବଢ଼ି ୯୬୩ ହୋଇଛି । ସୋରଡ଼ା, ହିଞ୍ଜିଳି ଓ ଆସ୍କା ରେ ପୁରୁଷ – ମହିଳା ଭୋଟର ହାର ସର୍ବାଧିକ ବଢ଼ିଛି । ଭୋଟର ତାଲିକା ସଂଶୋଧନରେ ସହାୟତା ଲାଗି ସମସ୍ତ ରାଜନୈତିକ ଦଳକୁ ଜଣେ ଜଣେ ବୁଥ ସ୍ତରୀୟ ଏଜେଣ୍ଟ ଦେବାକୁ ଅନୁରୋଧ କରାଯାଇଛି । ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ୧୮ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଚଳିତଥର ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରାଚୀନ ଜନଜାତିଙ୍କ ଶତ ପ୍ରତିଶତ ନାମ ଭୋଟର ତାଲିକାରେ ପଞ୍ଜିକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିସନ । ମହିଳା ଓ ଯୁବ ଭୋଟରଙ୍କୁ ତାଲିକାରେ ଯୋଡ଼ିବାକୁ ଅଧିକ ଗୁରୁତ୍ବ ଦିଆଯାଇଛି।

ଏବର୍ଷର ସଂଶୋଧିତ ତାଲିକା ଅନୁଯାୟୀ ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୩ ହଜାର ୨୨୪ ରୁ ୩ ହଜାର ୪୦୬ କୁ ବୃଦ୍ଧି ପାଇଛି । ଆସନ୍ତା ସାଧାରଣ ନିର୍ବାଚନ ଲାଗି ଇଭିଏମ୍‌, ଭିଭିପିଏଟି ଆସି ସାରିଛି । ପ୍ରଥମ ପର୍ଯ୍ୟାୟରେ ୧୦ ଟି ଜିଲ୍ଲାରେଇଭିଏମ୍‌, ଭିଭିପିଏଟି ଯାଞ୍ଚ ସରିଯାଇଛି । ଅନ୍ୟ ୨୦ ଟି ଜିଲ୍ଲାରେ ଇଭିଏମ୍‌, ଭିଭିପିଏଟି ଯାଞ୍ଚ ନଭେମ୍ବର ପହିଲାରୁ ଆରମ୍ଭ ହୋଇ ନଭେମ୍ବର ୧୫ ଭିତରେ ସରିବ ।

ଯେଉଁ ଭୋଟରମାନେ ଶାରୀରିକ ଅକ୍ଷମ ରହିଛନ୍ତି, ସେମାନଙ୍କୁ ଭୋଟ କେନ୍ଦ୍ରକୁ ଆଣିବା ଦାୟିତ୍ୱ ନିର୍ବାଚନ ଆୟୋଗଙ୍କର। ଆମେ ତାଙ୍କ ଘରକୁ ଗାଡ଼ି ପଠାଇ ଆଣିବୁ ଏବଂ ଭୋଟ ଦେବା ପରେ ତାଙ୍କୁ ନେଇ ଘରେ ଛାଡିବାର ବ୍ୟବସ୍ଥା କରିବୁ ବୋଲି ନିର୍ବାଚନ କମିସନ ସୂଚନା ଦେଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button