ଓଡିଶା

ଆତ୍ମସମର୍ପଣ କଲେ ୧୭ ହାର୍ଡକୋର ମାଓବାଦୀ, ଆର୍ଥିକ ସହାୟତା ସହ କରାଯିବ ଆତ୍ମନିର୍ଭରଶୀଳ

ମାଲକାନଗିରି : ଆତ୍ମସମର୍ପଣ କଲେ ୧୭ ହାର୍ଡକୋର ମାଓବାଦୀ । ତେଲଙ୍ଗାନାର ଭଦ୍ରାଦ୍ରୀ କଥାଗୁଡ଼େମ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୧୭ ମାଓବାଦୀ ।  ଏମାନଙ୍କ ମଧ୍ୟରେ ଦୁଇ ଜଣ ACM କ୍ୟାଡର, ୪ଜଣ ପାର୍ଟି ମେମ୍ବର ଅଛନ୍ତି । ନିଜର ଅସ୍ତ୍ରଶସ୍ତ୍ର ସହ ଏସପିଙ୍କ ଆଗରେ ସରେଣ୍ଡର କରିଛନ୍ତି । ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ଏମାନେ ସରେଣ୍ଡର କରିଛନ୍ତି ।

ଚଳିତ ବର୍ଷ ଏଯାଏ ୨୮୨ ହାର୍ଡକୋର ମାଓବାଦୀ ଭଦ୍ରାଦ୍ରୀ କଥାଗୁଡ଼େମ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।  ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଭଦ୍ରାଦ୍ରୀ କଥାଗୁଡ଼େମ SP କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button